ଖୋଲିଲା ହୀରାକୁଦର ଆଉ ୮ଟି ଗେଟ: ମୋଟ ୧୦ ଟି ଗେଟ ଦେଇ ନିଷ୍କାସିତ ହେଉଛି ଜଳ
ଖୋଲିଲା ହୀରାକୁଦର ଆଉ ୮ଟି ଗେଟ । ଏବେ ମୋଟ ୧୦ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ଵରେ ୬ଟି ଓ ଡାହାଣ ପାର୍ଶ୍ୱରେ ୪ଟି ଗେଟ ଖୋଲାଯାଇଛି । ତେବେ ଉପର ମୁଣ୍ତରେ ଵର୍ଷା ଯୋଗୁ ଜଳପ୍ରବେଶ ବଢୁଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୭୧ ଫୁଟ ରହିଛି ।
ସେକେଣ୍ତ ପ୍ରତି ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୭୨ ହଜାର ୧୯୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି।ଉପର ମୁଣ୍ଡରୁ ଆଗକୁ ଆହୁରି ଅଧିକ ମାତ୍ରାରେ ଜଳ ପ୍ରବେଶ କରିଲେ ଆହୁରି ଗେଟ ଖୋଲା ଯିବ ବୋଲି କତ୍ତୁପକ୍ଷ ସୂଚନା ଦେଇଛନ୍ତି । ଗତକାଲି ପ୍ରଥମେ ଦୁଇଟି ଗେଟ୍ ଖୋଲା ଯାଇଥିଲା ।
ସେପଟେ ରାଜ୍ୟରେ ଲଘୁଚାପ ସକ୍ରିୟ ରହିଛି । ଫଳରେ ବର୍ଷା ଲାଗି ରହିଛି । ରାଜ୍ୟରେ ଜୁନ୍ ମାସରୁ ସେପ୍ଟେମ୍ବର ୧୧ ତାରିଖ ମଧ୍ୟରେ ରାଜ୍ୟରେ ସର୍ବମୋଟ ୮୯୧.୮ ମି.ମି ବର୍ଷା ହୋଇଯାଇଛି । ଯାହାକି ସ୍ବାଭାବିକ ବର୍ଷା ୧୦୧୮.୪ ମି.ମି ତୁଳନାରେ ୧୨% କମ୍ ଅଟେ। ଏହି ସମୟ ମଧ୍ୟରେ ୧୦ ଜିଲ୍ଲାରେ ଅଭାବୀ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ।

ପୁରୀ, ଗଞ୍ଜାମ, ଗଜପତି, ନୂଆପଡ଼ା, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଓ ରାୟଗଡ଼ା ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ହୀରାକୁଦ ଜଳ ଭଣ୍ଡାରରୁ ବର୍ଷର ପ୍ରଥମ ବନ୍ୟା ଜଳ ଜୁଲାଇ ୨୩ ତାରିଖ ରବିବାର ନିଷ୍କାସନ କରାଯାଇଥିଲା।












Click it and Unblock the Notifications