ଦୁଇ ଦିନ ପରେ ରାଜ୍ୟକୁ ପୁଣି ଫେରିବ ଶୀତ
ଆଗାମୀ ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବା ସହ ଶୀତ ପ୍ରକୋପ ବଢିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ଭୁବନେଶ୍ବର: ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବାହ କରୁଥିବାରୁ ଗତ କିଛି ଦିନ ହେବ ଉଭୟ ସମତଳ ଓ ପାହାଡିଆ ଅଞ୍ଚଳରେ ରାତି ତାପମାତ୍ରା ସ୍ବାଭାବିକଠାରୁ ବୃଦ୍ଧି ପାଉଥିଲା। ଶୀତ ପ୍ରକୋପ କମିବା ଦ୍ବାରା ପୌଷ ମାସରେ ଲୋକେ ଗରମ ଅନୁଭୂତ କରୁଥିଲେ। ଆଗାମୀ ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବା ସହ ଶୀତ ପ୍ରକୋପ ବଢିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ସାମୁଦ୍ରିକ ବାୟୁର ପ୍ରଭାବରେ ସକାଳେ ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। । ତେବେ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ୱଲପୁର, ଝାରସୁଗୁଡ଼ା, ଅନୁଗୋଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଅନୁଗୋଳ ଓ କୋରାପୁଟରେ ୧୨ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି ।












Click it and Unblock the Notifications