ବିରୋଧ ପରେ ନିଷ୍ପତ୍ତି ବଦଳିଲା ଇସ୍କନ , ବନ୍ଦ କଲା ଅଦିନିଆ ରଥଯାତ୍ରା
ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ବୟାନ୍ ପରେ ନଇଁଲା ଇସ୍କନ। କରିବାକୁ ଯାଇଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କରିଛି। ଆସନ୍ତା ୯ ତାରିଖରେ ଆମେରିକା ହ୍ୟୁଷ୍ଟନ୍ରେ ହେବନି ଇସ୍କନ ରଥଯାତ୍ରା।

ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଇସ୍କନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ବଦଳରେ ସେଦିନ ହେବ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା। ପ୍ରେସ ରିଲିଜ ଜରିଆରେ ଇସ୍କନ ପରିଚାଳନା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।












Click it and Unblock the Notifications