ଆଳୁ ପରେ କନ୍ଦାଉଛି ପିଆଜ ; ରାଜଧାନୀରେ ୭୦ ଛୁଇଁଲା କିଲୋ ପିଛା, ଚିନ୍ତାରେ କାଉଟି
ପୁଣି କନ୍ଦାଇଲା ପିଆଜ। ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ପିଆଜ ଧର। ରାଜଧାନୀ ଭୁବନେଶ୍ୱରରେ ପିଆଜ ଦର କିଲୋ ପିଛା ୭୦ ଟଙ୍କା ପହଞ୍ଚିଲାଣି।

କଟକରେ କେଜି ୬୦ ଟଙ୍କାରେ ବିକ୍ରି ହେଉଛି। କେବଳ ଟୁଇନ୍ ସିଟି ନୁହେଁ ରାଜ୍ୟର ବିଭିନ୍ନ ସହରରେ ପିଆଜ ଦର ବଢି ବଢି ଚାଲିଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଗତ ୨ ମାସ ହେବ ଲଗାତର ଭାବେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି। କୁହାଯାଉଛି ନାସିକ୍ରେ ଦର ବୃଦ୍ଧି ପାଇଁ ପିଆଜ ଦର ବଢି ଚାଲିଛି।
ସେପଟେ କିନ୍ତୁ କର୍ପୋରେଟ ସଂସ୍ଥାର ଦର ନିର୍ଦ୍ଧାରଣ ଯୋଗୁଁ ପିଆଜ ଦର ବଢୁଥିବା ବ୍ୟବସାୟୀ ସଂଘ ଅଭିଯୋଗ କରିଛନ୍ତି। ସରକାର ନାଫେଡ୍ ଜରିଆରେ ପିଆଜ ଆଣୁଥିଲେ ବି ଦରରେ କୌଣସି ଫରକ ପଡୁନାହିଁ।












Click it and Unblock the Notifications