Get Updates
Get notified of breaking news, exclusive insights, and must-see stories!

କୁମ୍ଭ ମେଳା ପରେ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ

ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଇ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ସେବା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଏହି ନବଦିନାତ୍ମକ ଯାତ୍ରାରେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଆଦାନୀ ଗ୍ରୁପର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍ଆର୍) କାର୍ଯ୍ୟକ୍ରମ କେବଳ ଭିତ୍ତିଭୂମି ବିକାଶ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୀମିତ ନୁହେଁ, ଏହା ବିଭିନ୍ନ ଦିଗରେ ବିସ୍ତୃତ ।

ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ 'ସେବା ହି ସାଧନା ହୈ' ବିଶ୍ୱାସକୁ ଆଧାର କରି, ଜୁନ ୨୬ ତାରିଖରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ତୀର୍ଥଯାତ୍ରୀ ଏବଂ ପଦସ୍ଥ ଅଧିକାରୀମାନଙ୍କୁ ସମର୍ଥନ ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ଚଳିତ ବର୍ଷ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ପ୍ରାୟ ୪ ନିୟୁତ ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯିବାର ବ୍ୟବସ୍ଥା ହେଉଛି ଯେଉଁଠାରେ ମାଗଣା ପୁଷ୍ଟିକଯୁକ୍ତ ଖାଦ୍ୟର ବ୍ୟବସ୍ଥା କରାଯାଇଛି ।

Adani Offers Seva at the Puri Rath Yatra

ଓଡ଼ିଶାର ଗ୍ରୀଷ୍ମ ପ୍ରକୋପକୁ ପ୍ରତିହତ କରିବା ପାଇଁ ପାନୀୟ ଜଳ କାଉଣ୍ଟର ଗୁଡ଼ିକରେ ସାରା ସହରରେ ପାନୀୟ ଜଳର ବ୍ୟବସ୍ଥା ହୋଇଛି । ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଲାଇଫ୍ଗାର୍ଡ଼ ମହାସଂଘକୁ ସହାୟତା, ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସ୍ୱେଚ୍ଛାସେବୀ, ପଦସ୍ଥ ଅଧିକାରୀମାନଙ୍କ ପାଇଁ ମାଗଣା ଟି-ସାର୍ଟ, ପୌର କର୍ମଚାରୀଙ୍କ ପାଇଁ ଫ୍ଲୋରେସେଣ୍ଟ ଜ୍ୟାକେଟ, ଅଧିକାରୀ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ପ୍ରକାର ଜ୍ୟାକେଟ, ରେନକୋଟ୍, କ୍ୟାପ୍ ଏବଂ ଛତାର ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+