ମହୋଦଧିରେ ପାପ ଧୋଇଲେ କଂସ; ସମୁଦ୍ରରେ ସ୍ନାନ ପରେ ଜଗନ୍ନାଥଙ୍କୁ କ୍ଷମା ମାଗିଲେ ହୃଷିକେଶ ଭୋଇ

ମହୋଦଧିରେ ପାପ ଧୋଇଲେ କଂସ ଭୂମିକାରେ ଅଭିନୟ କରିବା ଥିବା ହୃଷିକେଶ ଭୋଇ । ମହୋଦଧୀରେ ସ୍ନାନ କରିବା ପରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ଶ୍ରୀଜିଉଙ୍କ ସାମ୍ନାରେ ସାଷ୍ଟାଙ୍ଗ ପ୍ରଣିପାତ କରି ପଶ୍ଚାତାପ କରିଛନ୍ତି ହୃଷିକେଶ ଭୋଇ । ଧନୁଯାତ୍ରାରେ ଭଗବାନ କୃଷ୍ଣଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି କଂସ ମହାରାଜା ।

ଗତକାଲି ଧନୁଯାତ୍ରାର ଶେଷ ଦିନ ଥିଲା । କଂଶ ବଧ ସହ ଉଦଯାପିତ ହୋଇଛି ୭୬ ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।

dhanu jatra

ଅନ୍ତିମ ଦିବସରେ କୃଷ୍ଣ ବଳରାମଙ୍କ ଦ୍ୱାରା କୁବଳୟା ହସ୍ତୀ, ଚାଣୁର-ମୁଷ୍ଟିକ, ଶିବଧନୁ ଭଙ୍ଗ ସହ କଂସ ବଧ ହୋଇଥିଲା। ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ୧୧ ଦିନ ଧରି ଚାଲିଥିବା ଏହି ମହାନାଟକ ଶେଷ ହୋଇଛି ।

ଶେଷ ଦିନରେ କୃଷ୍ଣ, ବଳରାମ ମଥୁରା ଭ୍ରମଣ ସାରି ରାଜ ଦରବାରରେ ପହଞ୍ଚିଥିଲେ । ମୁଖ୍ୟ ଦ୍ୱାରରେ ରାସ୍ତା ଅବରୋଧ କରି ଠିଆ ହୋଇଥିବା କୁବଳୟା ହସ୍ତୀ ପ୍ରଥମେ ବଦ୍ଧ କରିଥିଲେ । ପରେ ଅଷ୍ଟମହ୍ଲ ବୀର ଗଣ କୃଷ୍ଣ ବଳରାମଙ୍କ ସହ ଯୁଦ୍ଧ କରି ନିହତ ହୋଇଥିଲେ । ଏହା ପରେ ରଣାଙ୍ଗନକୁ ଓହ୍ଲାଇଥିଲେ କଂସ । ଶେଷରେ କଂସର ବଦ୍ଧ କରିଥିଲେ କୃଷ୍ଣ, ବଳରାମ ।

ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ଧନୁଯାତ୍ରାରେ ମଞ୍ଚସ୍ଥ କରାଯାଇଥାଏ । ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗନେବାପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ ।

୧୯୪୭ ମସିହାରୁ ବରଗଡ଼ ସହରରେ ଧନୁଯାତ୍ରା ପାଳିତ ହୋଇ ଆସୁଛି । ୧୯୪୭ ମସିହାରେ ଇଂରେଜମାନଙ୍କୁ ହଟାଇ ଭାରତୀୟମାନେ ସ୍ୱାଧୀନତା ହାସଲ କରିଥିଲେ । ବରଗଡ଼ ସହରର କିଛି କୁଲି କାମ କରୁଥିବା ଲୋକେ ଏହି ବିଜୟ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଧନୁଯାତ୍ରାର ଆରମ୍ଭ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+