ବିବାଦ ପରେ ଜଣାପଡ଼ିଲା ଶତ, ସରକାରୀ ଜମିରେ ହୋଇଥିଲା ବୈକୁଣ୍ଠ ଧାମ ଆଶ୍ରମ

ସରକାରୀ ଜମିରେ ରହିଛି କଳକୀରାମ ଶ୍ରୀ ଶ୍ରୀ ଶ୍ରୀ ସତ୍ୟ ଅନନ୍ତ ମାଧବଙ୍କ ବୈକୁଣ୍ଠ ଧାମ ଆଶ୍ରମ। ସାଧାରଣ ପ୍ରଶାସନ(ଜିଏ) ପକ୍ଷରୁ ମାପଚୁପ ପରେ ସ୍ପଷ୍ଟ କଲେ। ୧୪୦ ଡିସିମିଲ୍‌ ସରକାରୀ ଜମିରେ ଅବସ୍ଥିତ ଅଛି ଆଶ୍ରମ। ସରକାରଙ୍କୁ ରିପୋର୍ଟ ଦିଆଯାଇଛି। ସେହି ଅନୁସାରେ ପଦକ୍ଷେପ ନିଆଯିବ। ବିବାଦ ପରେ ଆଜି ଆଶ୍ରମ ଜମି ମାପଚୁପ କରିଥିଲା ଜିଏ ବିଭାଗ।

ଭୁବନେଶ୍ୱର ଖଣ୍ଡଗିରି ପାଦ ଦେଶରେ ରହିଛି ବାବାଙ୍କ ବୈକୁଣ୍ଠ ଧାମ୍‌ ଆଶ୍ରମ। ଏଠାରେ କଳକୀରାମ ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ପୂଜା ପାଉଛନ୍ତି। ପ୍ରବଚନ ଦେଉଛନ୍ତି। ଭକ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି। କୁଆଡ଼େ ଲକ୍ଷାଧିକ ଟଙ୍କା ନେଇ ଲୋକଙ୍କ ଦୋରା ରୋଗ ଭଲ କରୁଛନ୍ତି। ହେଲେ ତୁଳସୀକୁ ପାଦ ତଳେ ବିବାଦରେ ଫସିଛନ୍ତି। ଫଟୋ ଭାଇରାଲ୍‌ ହେବାପରେ ବାବା ଗାଏବ। ଅଭିଯୋଗ ହେଉଛି ବାବା, ତାଙ୍କ ବାପା, ମାଆଙ୍କ ସହ କୋଲକାତା ପଳାଇ ଯାଇଛନ୍ତି। ସେଠାରେ ସେ ଆତ୍ମଗୋପନ କରିଥିବା ଚର୍ଚ୍ଚା ହେଉଛି।

Baikuntha Dham

ହେଲେ ବାବାଙ୍କ ଅନୁଗାମୀ କହିଛନ୍ତି ବାବା ପ୍ରବଚନ ଦେବା ପାଇଁ ଯାଇଛନ୍ତି। ଏହାରି ଭିତରେ ବାବାଙ୍କ ଆଶ୍ରମକୁ ନେଇ ନୂଆ ଅଭିଯୋଗ ଆସିଛି। ଅଭିଯୋଗ ହେଉଥିଲା ସରକାରୀ ଜମିରେ କୁଆଡେ ବାବା ଆଶ୍ରମ ତିଆରି କରିଛନ୍ତି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଶ୍ରମ ପକ୍ଷରୁ ଖବରକୁ ଖଣ୍ଡନ କରାଯାଇଥିଲା। ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ଆଶ୍ରମ ଜମିକୁ ମାପ କରାଯାଇଥିଲା। ଆଉ ମାପ ବେଳେ ପୂରା ଆଶ୍ରମ ସରକାରୀ ଜମିରେ ତିଆରି ହୋଇଥିବା ସ୍ପଷ୍ଟ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+