ବାତ୍ୟା ଦାନା ଯିବା ପରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା !
ଭୁବନେଶ୍ୱର: ବାତ୍ୟା 'ଦାନା' ପ୍ରଭାବରେ ଆଜି ଦିନ ତମାମ ଭିଜିବ ଅଧା ଓଡ଼ିଶା। ୯ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଓ ୬ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁକ୍ରବାର । ଶନିବାର ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବ । ରବିବାରଠାରୁ ପାଗ ଫିଟିବା ସମ୍ଭାବନା ଅଛି ।
ଶୁକ୍ରବାର ବାତ୍ୟା ପ୍ରକୋପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଅଧିକାଂଶ ସ୍ଥାନରେ ବର୍ଷା ହେବ । ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ଢେଙ୍କାନାଳ, ଯାଜପୁର ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭୦ ମିଲିମିଟରରୁ ୨୦୦ ମିମି ଯାଏଁ) ବର୍ଷା ହୋଇପାରେ । ଏପରିକି ସ୍ଥାନେ ସ୍ଥାନେ ୨୦୦ ମିମିରୁ ଅଧିକ ବର୍ଷା ଆଶଙ୍କା ରହିଛି । ଏହି ୯ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଦାନା ଯିବା ପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ ଆସୁଛି ।

ସମ୍ଭବତଃ ଆସନ୍ତା ନଭେମ୍ବର ୫/୬ ତାରିଖବେଳକୁ ଉତ୍ତର ଆରବ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ପାଣିପାଗ ବିଭାଗର ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନରେ ଏହି ସୂଚନା ଦିଆଯାଇଛି ।












Click it and Unblock the Notifications