ଅଭିଯୋଗ ପରେ ମା ଶାରଳାଙ୍କ ପୀଠରେ ପହଞ୍ଚିଲା ନୂଆ ଘିଅ

ଅଭିଯୋଗ ପରେ କାର୍ଯ୍ୟନୁଷ୍ଠାନ । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠରେ ବଦଳିଲା ଘିଅ । ଗଚ୍ଛିତ ଘିଅକୁ ଫେରସ୍ତ କରାଯାଇଛି । ଓମ୍‌ଫେଡରୁ ଆସିଲା ୧୫ ଟିଣ ନୂଆ ଘିଅ । ନିମ୍ନମାନର ଘିଅ ବ୍ୟବହାର ବାବଦରେ ବଡ଼ପଣ୍ଡାଙ୍କ ଅଭିଯୋଗ ପରେ ଶୁକ୍ରବାର ଫୁଡ଼ ଇନ୍ସପେକ୍ଟର ମନ୍ଦିର ଭଣ୍ଡାର ଘର ଯାଞ୍ଚ କରିଥିଲେ । ସେଠାରୁ ଘିଅ ସାମ୍ପଲ ସଂଗ୍ରହ କରି ମାନ ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଇଥିଲେ ।

sarala

ସୂଚନାଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ ମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠରୁ ଏନେଇ ଅଭିଯୋଗ ଆସିଥିଲା । ଅଭିଯୋଗ ଆଣିଥିଲେ ଖୋଦ୍ ମନ୍ଦିରର ବଡ଼ପଣ୍ଡା । ପ୍ରସିଦ୍ଧ ଶାରଳା ମନ୍ଦିରରେ ରୋଷେଇ ତଥା ବିଭିନ୍ନ ପିଠା ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଘିଅରୁ ଦୁର୍ଗନ୍ଧ ବାହାରୁଥିବା ସହ ଏହା ନିମ୍ନମାନର ବୋଲି ବଡ଼ପଣ୍ଡା ଅଭିଯୋଗ କରିଥିଲେ । ସେହିପରି ଭଣ୍ଡାର ଦାୟିତ୍ବରେ ଥିବା ସେବକ ମଧ୍ୟ ଘିଅର ମାନକୁ ନେଇ ଆପତ୍ତି ଉଠାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+