ବଡ ଭାଇ ବଳଭଦ୍ରଙ୍କ ରଥ ପରେ ବଡ ଦାଣ୍ଡରେ ଗଡିଲା ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ

ବଡ଼ଠାକୁରଙ୍କ ତାଳଧ୍ବଜ ପରେ ମା' ସୁଭଦ୍ରାଙ୍କ ରଥ 'ଦର୍ପଦଳନ' ଶରଧାବାଲି ଅଭିମୁଖେ ଗଡ଼ିଛି। ଦୁଇ ରଥକୁ ଶ୍ରଦ୍ଧାଳୁମାନେ ଶ୍ରଦ୍ଧାରେ ଟାଣୁଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଛି। ରଥ ଟଣାଯିବା ବେଳେ ପୁରୀ ବଡ଼ଦାଣ୍ଡ ଘଣ୍ଟ, ଶଙ୍ଖର ତାଳେତାଳେ ହରିବୋଲ ଓ ହୁଳହୁଳି ଶଦ୍ଦ ଶୁଭୁଛି। କିଛି ସମୟରେ ଜଗତରନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ଟଣାଯିବ।

rath yatra

ଚଳିତ ରଥଯାତାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଯୋଡ଼ି ହୋଇଛନ୍ତି। ସେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ରଥଯାତ୍ରା ଦେଖିଛନ୍ତି। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ସମ୍ବିତ ପାତ୍ର, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।

ରଥଟଣା ଯିବା ପୂର୍ବରୁ ତିନି ରଥରେ ବିଜେ ହେଲେ ତିନି ଠାକୁରଙ୍କୁ ବିଜେ କରାଯାଇଥିଲା। ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଥିଲା ଶ୍ରୀଜିଉ। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି କରାଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଥିଲେ ବଡ଼ଠାକୁର ବଳଭଦ୍ର। ତାପରେ ମା ସୁଭଦ୍ରା ଓ ଶେଷରେ ପ୍ରଭୁ ଜଗନ୍ନାଥ ରଥାରୂଢ ହୋଇଥିଲେ। ତାଳଧ୍ବଜରେ ବଡ଼ଠାକୁର, ଦର୍ପଦଳନରେ ମା' ସୁଭଦ୍ରା ବିରାଜିତ ହୋଇଥିଲେ। ନନ୍ଦିଘୋଷ ରଥରେ ବିରାଜିଥିଲେ ମହାପ୍ରଭୁ କଳିଆ ସାଆନ୍ତ। ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି ମହାରାଜ । ମହାପ୍ରଭୁଙ୍କ ଆଳତୀ ବନ୍ଦାପନା ସହ ଚାମର ସେବା କଲେ ଗଜପତି ମହାରାଜ। ପରେ ସେ ରଥ ଉପରେ ଛେରାପହଁରା ନୀତି କରିଥିଲେ।

ବଡ଼ଦାଣ୍ଡରେ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି। ପୂର୍ବାହ୍‌ଣ ଓ ମଧ୍ୟାହ୍‌ଣରେ ଖରା ସହିତ ଗୁଳୁଗୁଳି ହୋଇଥିବା ବେଳେ ସନ୍ଧ୍ୟାରେ ପାଗ ଭଲି ଥିବାରୁ ଶ୍ରଦ୍ଧାଳୁମାନେ ଆଶ୍ବସ୍ତି ଦେଖାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+