ଦୁର୍ଘଟଣା ପରେ ବ୍ରିଜରୁ ତଳକୁ ଖସିଲା ୨ ଟ୍ରକ୍‌, ୩ ଗୁରୁତର

ବ୍ରିଜ୍ ଉପରୁ ତଳକୁ ଖସିଲା ଟ୍ରକ୍। ଭଦ୍ରକ ୧୬ ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା ଏକ କଣ୍ଟେନରକୁ ପଛରୁ ଟ୍ରକ୍ ଧକ୍କା ଦେବା ଫଳରେ ଏଭଳି ଅଘଟଣ ଘଟିଛି। ଉଭୟ ଟ୍ରକର ଡ୍ରାଇଭର ସହ ଜଣେ ହେଲପର ଗୁରୁତର ହୋଇଛନ୍ତି।

accident

୩ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ବ୍ରିଜ୍ ଉପରେ ଏକ ବିଦ୍ୟୁତ୍ ସାମଗ୍ରୀ ଓ ଏକ ବଡ ଡିଜି ସେଟ୍ ଭର୍ତ୍ତି ହୋଇ କଣ୍ଟେନରଟି ଛିଡା ହୋଇଥିଲା। ଏତିକିବେଳେ ଏକ ବାଲି ବୋଝେଇ ଟ୍ରକ ପଛରୁ କଣ୍ଟେନରକୁ ଧକ୍କା ଦେଇଥିଲା। ଫଳରେ ଦୁଇ ଟି ଟ୍ରକ ବ୍ରିଜ୍ ତଳକୁ ଖସି ପଡିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+