ଆତଙ୍କବାଦୀ ପନ୍ନୁଙ୍କ ଧମକ ପୂର୍ଣ୍ଣ ମେଲ ପରେ, ଭୁବନେଶ୍ୱର ବିମାନ ବନ୍ଦରରୁ ମିଳିଲା ଅଜଣା ବ୍ୟାଗ୍
ଭୁବନେଶ୍ଵର ବିମାନବନ୍ଦରରୁ ଶନିବାର ଏକ ସନ୍ଦିଗ୍ଧ ବ୍ୟାଗ ଠାବ ହୋଇଛି। ବିମାନ ଉଡ଼ାଣ ନ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂହ ପନ୍ନୁନର ଧମକ ପରେ ଏହି ସନ୍ଦିଗ୍ଧ ବ୍ୟାଗ ଠାବ ହୋଇଥିବାରୁ ସନ୍ଦେହ ବଢ଼ିବାରେ ଲାଗିଛି। ବିମାନବନ୍ଦରରେ ମୁତୟନ ହୋଇଥିବା କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ(ସିଆଇଏସଏଫ) ପକ୍ଷରୁ ସନ୍ଧାନୀ କୁକୁର ସହାୟତାରେ ଉକ୍ତ ବ୍ୟାଗକୁ ଯାଞ୍ଚ କରାଯାଉଛି। ବ୍ୟାଗରେ କ'ଣ ଅଛି ତାହାର ତଦାରଖ ଚାଲିଛି।

ଶନିବାର ବିମାନବନ୍ଦରରୁ ବିମାନ ଉଡ଼ାଣ ନ କରିବାକୁ ପନ୍ନୁନ ନାମରେ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା। ବରିଷ୍ଠ ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଏହି ମେଲ୍ ଆସିବା ପରେ କ୍ରାଇମବ୍ରାଞ୍ଚ ତାହାର ସତ୍ୟତା ଯାଞ୍ଚ କରିବାରେ ଲାଗିପଡ଼ିଛି। ଧମକ ମିଳିବାର କିଛି ଘଣ୍ଟା ପରେ ବିମାନବନ୍ଦରରୁ ଅଜଣା ବ୍ୟାଗ ଠାବ ହେବା ଏହାକୁ ଅଧିକ ରହସ୍ୟାବୃତ୍ତ କରିଛି। ଭୁବନେଶ୍ଵରରେ ପନ୍ନୁନର ଉପସ୍ଥିତି ରହିଥିବା ମଧ୍ୟ ଆଶଙ୍କା କରାଯାଉଛି। ସେହିପରି ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ପନ୍ନୁନ ଖଲିସ୍ତାନୀମାନଙ୍କୁ ଆହ୍ବାନ କରିଛି। ଶନିବାର ଆସିଥିବା ମେଲରେ ଖଲିସ୍ତାନ ପତାକା ଉଡ଼ାଇବାକୁ ପନ୍ନୁନ କହିଛି। ଯିଏ ଖଲିସ୍ତାନୀ ପତାକା ଉଡ଼ାଇବ ତା'କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଦେବ ବୋଲି ଘୋଷଣା କରିଛି।












Click it and Unblock the Notifications