ଅନେକ ଦିନ ପରେ ମୁହଁ ଖୋଲିଲେ IAS ବିଷ୍ଣୁପଦ ସେଠୀ, ରେଡକୁ ନେଇ କହିଲେ ଏମିତି
ଆଜି ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ କରିଛି ସବିଆଇର ୮ ଜଣିଆ ଟିମ୍ । ଟେଣ୍ଡର ଫିକ୍ସିଂ ମାମଲାରେ ବାରାମ୍ବାର ସମନ ପରେ ବି ହାଜର ହେଉନଥିଲେ ବିଷ୍ଣୁପଦ ସେଠୀ । ଏହାପରେ ଆଜି ତାଙ୍କ ବାସଭବନରେ ଚଢ଼ାଉ କରିଛି ସିବିଆଇ । ଏହି ଚଢ଼ାଉକୁ ନେଇ ଏବେ ମୁହଁ ଖୋଲିଛନ୍ତି ବିଷ୍ଣପଦ ସେଠୀ ।

ବରିଷ୍ଠ IAS ଅଧିକାରୀ କହିଛନ୍ତି ମୋ ନାଁରେ କୌଣସି ୠଓଜ ନାହିଁ । ବିନା କାରଣରେ ଆସି ମୋ ଘରେ ରେଡ୍ କରୁଛି ସିବିଆଇ । ମୁଁ ୩୦ ବର୍ଷ ଧରି ସ୍ୱଚ୍ଛତାର ସହ କାମ କରିଛି । ଚଞ୍ଚଳ ମୁଖାର୍ଜୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । କିନ୍ତୁ ସିବିଆଇ ଟିମ୍ ତାଙ୍କୁ ନଧରି ଆମ ଘରେ ଆସି ରେଡ୍ କରୁଛନ୍ତି । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ସହ ଲିଙ୍କ୍ ନେଇ ଖୋଳତାଡ଼ କରୁଛି ସିବିଆଇ ।
ବିଷ୍ଣୁପଦ ସେଠୀ ଆହୁରି କହିଛନ୍ତି, "ମୁଁ ୩୦ ବର୍ଷ ଧରି ସ୍ୱଚ୍ଛତାର ସହ କାମ କରିଛି । ମୁଁ ଜଣେ ଦଳିତ ବଞ୍ଚିତ ବର୍ଗର ଗୋଟିଏ ଅଫିସର । ଆପଣ ନୂଆପଡ଼ା, ସୋନପୁର ଓ ରାୟଗଡ଼ା ଯାଆନ୍ତୁ ମୋ ନାଁ ଶୁଣିବେ । ମହିମା ଧର୍ମ ପ୍ରଚାର ପ୍ରସାର ବି କରିଛି । ସୋନପୁରରେ ଗାଁ ଗାଁରେ ମୋ ନାଁ ପାଇବେ । ରାୟଗଡ଼ାରେ ୩ ମାସରେ ଆଦିବାସୀମାନଙ୍କୁ ସେମାନଙ୍କ ଜମି ଫେରାଇଛି । ଚଞ୍ଚଳ ମୁଖାର୍ଜୀ ବୋଲି ଜଣେ ଦଲାଲ ରହିଛନ୍ତି, ୨୦୧୬-୧୭ରୁ ଆଦିବାସୀ ହରିଜନ ବିଭାଗରେ କାମ କରୁଛନ୍ତି । ସରକାରୀ ସେକ୍ରେଟାରୀକୁ ସେ ଅବାଧ ପ୍ରବେଶ କରୁଥିଲେ । ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନି ସହିତ ମୋର କିଛି ସମ୍ପର୍କ ନାହିଁ । ଯେହେତୁ ମୋ ନାଁରେ କୌଣସି ୠଓଜ ନଥିଲା ତେଣୁ ତଦନ୍ତ ପ୍ରକ୍ରିୟାରେ ବାଧା ନଦେବାକୁ ମୁଁ ଚୁପ୍ ରହିଥିଲି ।












Click it and Unblock the Notifications