ରୋମ ପରେ ଆଜି ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ରୋମ ଗସ୍ତ ପରେ ଆଜି ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁବାଇରେ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ଦୁବାଇରେ ପହଞ୍ଚିବା ପରେ ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିମାନଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ ନେଇ ଆଲୋଚନା କରିବେ ।
ଭୁବନେଶ୍ୱର: ରୋମ ଗସ୍ତ ପରେ ଆଜି ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁବାଇରେ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ଦୁବାଇରେ ପହଞ୍ଚିବା ପରେ ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିମାନଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ ନେଇ ଆଲୋଚନା କରିବେ ।

ସଜେଇ ହୋଇଛି ଦୁବାଇର ରାଜରାସ୍ତା । ଲାଗିଛି ମେକ୍-ଇନ୍-ଓଡ଼ିଶାର ହୋର୍ଡିଂ । ଦୁବାଇର ସେଖ୍ ଜାଏଦ ରୋଡରେ ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ଲଗାଯାଇଥିବା ଦେଖିବାକୁ ମିଳିଛି । ଦୁବାଇରେ ଓଡ଼ିଶା ଇନଭେଷ୍ଟର ମିଟ୍ ପାଇଁ ପ୍ରସ୍ତୁତି ଜୋରସୋରରେ । ଏହି ଇନଭେଷ୍ଟରର୍ସ ମିଟରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ରାଜ୍ୟ ଶିଳ୍ପ ବିଭାଗ ପକ୍ଷରୁ ଏନେଇ ସ୍ୱତନ୍ତ୍ର ଆୟୋଜନ କରାଯାଉଛି । ବଡ଼ ବଡ଼ ନିବେଶକଙ୍କ ସହ ଆଲୋଚନା କରିବେ ନବୀନ । ୩୦ ତାରିଖରେ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ।
ଦୁବାଇରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ସହିତ ପେଟ୍ରୋକେମିକାଲ୍ସ, ପେଟ୍ରୋଲିୟମ ସେକ୍ଟର ଏବଂ ଡାଉନଷ୍ଟ୍ରିମ ଇଣ୍ଟଷ୍ଟ୍ରୀ ଉପରେ ଫୋକସ ରହିବ । ଓଡ଼ିଶାରେ ଥିବା ଶିଳ୍ପ ଅନୁକୂଳ ବାତାବରଣ, ଲ୍ୟାଣ୍ଡ ବ୍ୟାଙ୍କ, ଇନଭେଷ୍ଟମେଣ୍ଟକୁ ଗ୍ରାଉଣ୍ଡ ଜିରୋରେ ରୂପାୟନ ପର୍ଯ୍ୟନ୍ତ ସରକାରଙ୍କ ସହଜ ଓ ସମୟ ଉପଯୋଗୀ ବ୍ୟବସ୍ଥା ବାବଦରେ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ପୁଞ୍ଜପତିଙ୍କ ସହ ଆଲୋଚନା କରିବେ । ଜୁନ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଦୁବାଇରୁ ଦିଲ୍ଲୀ ଫେରି ସେହିଦିନ ରାତିରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications