ମିସେସ କାନାଡା ପରେ ଏବେ ସିଓଲରେ ଜଲୱା ଦେଖାଇବେ ଓଡିଶା ବୋହୂ
ମିସେସ କାନାଡା କ୍ରାଉନ ହାସଲ କରିବା ପରେ ଏବେ ସାଉଥ କୋରିଆରେ ଚମକିବେ ଓଡିଆ ବୋହୂ ମିତାଲି ପଣ୍ଡା । ଚଳିତ ମାସ ଶେଷରେ ଦକ୍ଷିଣ କୋରିଆର ସିଓଲରେ ଅନୁଷ୍ଠିତ ହେବାକୁ ଥିବା ମିସେସ ୟୁନିଭର୍ସ ପ୍ରତିଯୋଗିତାରେ କାନାଡକୁ ପ୍ରତିନିଧିତ୍ବ କରିବେ ମିତାଲି ।
ଭୁବନେଶ୍ୱର: ମିସେସ କାନାଡା କ୍ରାଉନ ହାସଲ କରିବା ପରେ ଏବେ ସାଉଥ କୋରିଆରେ ଚମକିବେ ଓଡିଆ ବୋହୂ ମିତାଲି ପଣ୍ଡା । ଚଳିତ ମାସ ଶେଷରେ ଦକ୍ଷିଣ କୋରିଆର ସିଓଲରେ ଅନୁଷ୍ଠିତ ହେବାକୁ ଥିବା ମିସେସ ୟୁନିଭର୍ସ ପ୍ରତିଯୋଗିତାରେ କାନାଡକୁ ପ୍ରତିନିଧିତ୍ବ କରିବେ ମିତାଲି ।

କୋରାପୁଟ ଜୟପୁରର ସତ୍ୟ ନାରାୟଣ ପଣ୍ଡା ଓ ସୁଚିତ୍ରା ପଣ୍ଡାଙ୍କ ଝିଅ ମିତାଲି। ପିଲାଟି ଦିନରୁ ତାଙ୍କୁ ମଡେଲିଂ ପ୍ରତି ଥିଲା ଦୁର୍ବଳତା । 'ପିଲାଟି ଦିନରୁ କ୍ରାଉନ ହାସଲ କରିବା ପାଇଁ ସବୁବେଳେ କେବଳ ସ୍ବପ୍ନ ଦେଖେ । ଏବେ ଏହି ସ୍ବପ୍ନ ସତ ହୋଇଛି । 'ସଫଳତାରେ ଖୁସି ହୋଇ ନିଜ ସୋସିଆଲ ମିଡିଆ ପେଜରେ ଏହି ପୋଷ୍ଟ କରିଛନ୍ତି ମିତାଲି।
ପାଠ ପଢା ସହ ସେ ନିଜର ନିଶାକୁ ମଧ୍ୟ କାର୍ଯ୍ୟକାରୀ କରାଇବାକୁ ସର୍ବଦା ପ୍ରୟାସ ଜାରି ରଖିଥାନ୍ତି। ସେଞ୍ଚୁରିଅନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱରରୁ ବିଟେକ୍ ସମାପ୍ତ କରିବା ପରେ ମିତାଲ କିଛି ଆଇଟି କମ୍ପାନୀ ସହିତ କାମ କରିଥିଲେ । 2017 ରେ ସେ ସନ୍ଦୀପ ବର୍ମାଙ୍କ ସହ ବିବାହ ବନ୍ଧନର ବାନ୍ଧି ହୋଇଥିଲେ। ବିବାହର ଗୋଟିଏ ବର୍ଷ ପରେ ସେ କାନାଡାର ଟରୋଣ୍ଟୋ ଯାଇଥିଲେ।
ସେ 2018 ରେ ଶ୍ରୀମତୀ କାନାଡା ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଏବଂ 2019 ରେ ମିସେସ ରୟାଲ ଚଏସରେ ବିଜୟୀ ହୋଇଥିଲେ । ମିସେସ ୟୁନିଭର୍ସ ଜୁନ୍ 22 ରୁ ଜୁଲାଇ 1 ପର୍ଯ୍ୟନ୍ତ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।












Click it and Unblock the Notifications