ସରକାରୀ ନିର୍ଦ୍ଦେଶ ପରେ ବି ଜାରି ରହିଛି ଆନ୍ଦୋଳନ: ସ୍କୁଲ ନ ଯାଇ ପିଲା କିଏ ବାଟି ଖେଳୁଛି ତ କିଏ ?
ସରକାରଙ୍କ ନିର୍ଦ୍ଦେଶ ପରେ ବି ହଟୁନି ଆନ୍ଦୋଳନ । ଆଜି ବି ଜାରି ରହିଛି ଶିକ୍ଷକଙ୍କ ଆନ୍ଦୋଳନ । ୪୦ ଲକ୍ଷରୁ ଅଧିକ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଏହି ଆନ୍ଦୋଳନରେ ୫୦,୦୦୦ ରୁ ଊର୍ଦ୍ଧ୍ବ ଶିକ୍ଷକ ସାମିଲ ହୋଇଛନ୍ତି ।
ସେପଟେ ଗତକାଲି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଚିଠି କରିଥିଲେ । ସବୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲେ ନିର୍ଦ୍ଦେଶକ । ଆନ୍ଦୋଳନରତ ଥିବା ସବୁ ଶିକ୍ଷକଙ୍କ ପ୍ରତିଦିନର ରିପୋର୍ଟ ରଖିବେ ବିଇଓ । ଚିଠିରେ ଖାସ କରି ଚୁକ୍ତିଭିତିକି ଶିକ୍ଷକଙ୍କ ଅନୁପସ୍ଥିତି ଓ ଉପସ୍ଥିତିକୁ ବିଶେଷ ଧ୍ୟାନରେ ରଖିବେ ବିଇଓ। ଶିକ୍ଷକ ମାନେ ଆନ୍ଦୋଳନରତ ଥିବାରୁ ସ୍କୁଲରେ ପାଠ ପଢା ବ୍ୟାହତ ହେଉଛି । ଯାହାକୁ ନେଇ ଆଜି ଏକ ନୋଟିସ ସାମ୍ନାକୁ ଆସିଛି ।
ବର୍ଷକୁ ୨୨୦ ଦିନ ସ୍କୁଲ ନଗଲେ ପରବର୍ତ୍ତୀ ସମୟରେ ଶିକ୍ଷକମାନେ ଭରଣା କରିବେ ବୋଲି କହିଲେ । ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଥିବା ଚିଠିରେ ଉଲ୍ଲେଖ ରହିଛି ।
ସରକାରଙ୍କ ନାଲିଆଖି ପରେ ବି ହଟୁନି ଆନ୍ଦୋଳନ । ୪୦ ଲକ୍ଷରୁ ଅଧିକ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଗାଁ ଗାଁରେ ପିଲା ସ୍କୁଲ ନଯାଇ ଖେଳୁଛନ୍ତି । କିଏ ବାଟି ଖେଳୁଛି ତ କିଏ ଅନ୍ୟ ମୋବାଇଲ ଗେମ୍ ଖେଳୁଛି । ମଧ୍ୟାହ୍ନ ଭୋଜନରେ ବି ଅସୁବିଧା ହେଉଛି ।

ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି ଶିକ୍ଷକ
ଠିକା ଅବଧିକୁ ୬ ବର୍ଷ ଏବଂ ଶିକ୍ଷାକର୍ମୀ ୪ ବର୍ଷ ସମୟକୁ ଚାକିରିରେ ଗଣନା କରି ନ୍ୟାସନାଲ ଓ ଇକ୍ରିମେଣ୍ଟ ପ୍ରଦାନ କରିବା, ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡ଼ର ଭୁକ୍ତ କରିବା, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଆନ୍ଦୋଳନ ହୋଇଛି । ଯୁକ୍ତ ଦୁଇ ଯୋଗ୍ୟତା ଆଧାରରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହ ପୁରୁଣା ପେନସନ ପୁନଃ ପ୍ରଚଳନ ନିମନ୍ତେ ଦାବି ହୋଇଛି ।












Click it and Unblock the Notifications