ଯାଜପୁର ପରେ ଏବେ ଭଦ୍ରକ ଆତଙ୍କ ସୃଷ୍ଟି କଲା ଝାଡାବାନ୍ତି, ୧୦ ମେଡ଼ିକାଲରେ ଭର୍ତ୍ତି
ଝାଡ଼ାବାନ୍ତିରେ ଯାଜପୁର ଜିଲ୍ଲାର ୧୦ ବ୍ଲକ ପ୍ରଭାବିତ ହୋଇଛି । ଯାଜପୁରରେ ଝାଡାବାନ୍ତିରେ ବର୍ତ୍ତମାନ ସୁଦ୍ଧା ୨ଶହରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି । ବିଶେଷକରି ଦାନଗଦି, କୋରେଇ, ଧର୍ମଶାଳା ବ୍ଲକ୍ ଅଧିକ ପ୍ରଭାବିତ ହୋଇଛି । ବଡ଼କଥା ହେଲା ଧୀରେ ଧୀରେ ଯାଜପୁରକୁ ଲାଗିଥିବା ଭଦ୍ରକ ଅଞ୍ଚଳକୁ ବ୍ୟାପିଲାଣି ଡାଇରିଆ ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପାଣି ପାଇଁ ବ୍ୟାପିଛି ଝାଡ଼ାବାନ୍ତି । ଏକ ଭୋଜିରେ ବ୍ୟବହାର ପାଣି ପାଇଁ ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସ୍ୱାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ୫ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ବୋଲି କୁହାଯାଉଛି । ଆର୍ଏମ୍ଆରସି ଲ୍ୟାବରେ ରୋଗୀଙ୍କ ନମୁନା ଯାଞ୍ଚ ହୋଇଛି ।
ଯାଜପୁରରେ ଏବେ ଆଇସିଏମଆର, ଆରଏମଆରସି ଓ ଡବ୍ଲୁଏଚଓର ଟିମ ଅଛନ୍ତି । ବିଭିନ୍ନ ଡାକ୍ତରଖାନାରେ ରୋଗୀ ଭର୍ତ୍ତି ହୋଇ ରହିଛନ୍ତି । କିନ୍ତୁ ରୋଗୀ ସଂଖ୍ୟା ପୂର୍ବାପେକ୍ଷା ଧୀରେ ଧୀରେ କମୁଛି । ପରିସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ । ଯାଜପୁରରେ ସରକାରୀ କର୍ମଚାରୀଙ୍କ ଛୁଟି ୧୬ ତାରିଖ ଯାଏଁ ବାତିଲ କରାଯାଇଛି । ରଜ ପରେ ସ୍କୁଲ ଖୋଲୁଥିବାରୁ ଜିଲ୍ଲାର ସମସ୍ତ ସ୍କୁଲଗୁଡିକର ପାନୀୟ ଜଳ ଉତ୍ସକୁ ବିଶୋଧନ କରିବାକୁ ନିଷ୍ପତ୍ତି ହୋଇଛି ।












Click it and Unblock the Notifications