ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ

ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଜେଲ ପରିସରରୁ କନେଷ୍ଟବଳଙ୍କୁ ଧକ୍କା ଦେଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣା ପଡ଼ିଛି । ତେବେ ଏନେଇ ଖୋଜଖୋଜି ଚାଲିଛି । ହେଲେ ଏ ପର୍ଯ୍ୟନ୍ତ କିଛି ସୁରାଗ ମିଳିପାରି ନାହିଁ ।

ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦେବଗଡ଼ ସବ୍‌ ଜେଲ୍‌ ସମ୍ମୁଖରୁ ଅଭିଯୁକ୍ତ କୁଣ୍ଢେଇଗୋଳା ଥାନା ଆଉଁଳୀ ଗାଁର ଅଭିଯୁକ୍ତ ଫେରାର ହୋଇଛି ।

ସୂଚନା ଅନୁସାରେ, ନାବାଳିକା ଅପହରଣ ମାମଲାରେ କୁଣ୍ଢେଇଗୋଳା ଥାନା ଆଉଁଳୀ ଗାଁର ସୁମନ ବେହେରାକୁ ଗିରଫ କରିଥିଲା ପୋଲିସ । ଏହାପରେ କୋର୍ଟରେ ହାଜର ଲାଗି ନେଇଥିଲା ପୋଲିସ । ସେଠାରେ ଜାମିନ ନାମଞ୍ଜୁର ହେବାରୁ ପୁଣି ଜେଲ୍‌କୁ ନେଉଥିଲା ପୋଲିସ । ହେଲେ ସବ୍‌ ଜେଲ୍‌ ସମ୍ମୁଖରୁ ସୁଯୋଗ ଦେଖି ଚମ୍ପଟ ମାରିଥିଲା ଅଭିଯୁକ୍ତ ।

arrset

ଫେରାର ଅଭିଯୁକ୍ତ ଆଉଁଳି ଗ୍ରାମର ସୁମନ ବେହେରା । କୁଣ୍ଢେଇଗୋଳା ଥାନା ପୁଲିସ ପକ୍ଷରୁ ଫେରାର ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି।

ଅଭିଯୁକ୍ତ ଫେରାର ହେବା ନେଇ ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ପୋଲିସ ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+