ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ପରେ ରାସ୍ତା ଜମା ହୋଇଥିବା ଅଳିଆ ସଫା କଲେ ବିଜେଡି କର୍ମୀ ଓ ନେତା

ଏହି ରାଲି ତଥା ସମାବେଶ ପାଇଁ ବିମାନବନ୍ଦର ପରିସରରେ ପଡିଥିଲା ପାଣି ବୋତଲ ଭଳି ବିଭିନ୍ନ ଅଳିଆ । ହେଲେ ଫେରିବା ବେଳେ ପୂରା ପରିସରରୁ ଏହି ଅଳିଆ ସଫା କରିବାକୁ ଅଣ୍ଟା ଭିଡ଼ିଥିଲେ ବିଜେଡି କର୍ମୀ ।

ଭୁବନେଶ୍ୱର: ଦିଲ୍ଲୀରୁ 'ଜୀବନବ୍ୟାପୀ ସାଧନା ସମ୍ମାନ' ରେ ସମ୍ମାନିତ ହେବା ପରେ ଆଜି ଭୁବନେଶ୍ୱର ଫେରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀ ପାଲଟିଥିଲା ଆଜି ଜନସମୁଦ୍ର । ବିମାନବନ୍ଦରରେ କରାଯାଇଥିଲା ଭବ୍ୟ ସ୍ୱାଗତ । ଶାସକ ଦଳ ବିଜେଡି ପକ୍ଷରୁ ବିମାନବନ୍ଦରରୁ ନବୀନ ନିବାସ ଯାଏଁ ଆୟୋଜିତ ହୋଇଥିଲା ବିଶାଳ ରାଲି । ମନ୍ତ୍ରୀ, ନେତା ଓ କର୍ମୀ ଏକାଠି ହୋଇଥିଲେ । ନାଚ, ଗୀତ, ପାରମ୍ପାରିକ ବାଦ୍ୟରେ କମ୍ପିଥିଲା ପରିବେଶ ।

BJD Leader

ତେବେ ଏହି ରାଲି ତଥା ସମାବେଶ ପାଇଁ ବିମାନବନ୍ଦର ପରିସରରେ ପଡିଥିଲା ପାଣି ବୋତଲ ଭଳି ବିଭିନ୍ନ ଅଳିଆ । ହେଲେ ଫେରିବା ବେଳେ ପୂରା ପରିସରରୁ ଏହି ଅଳିଆ ସଫା କରିବାକୁ ଅଣ୍ଟା ଭିଡ଼ିଥିଲେ ବିଜେଡି କର୍ମୀ । ହାତରେ ଝାଡୁ ଓ ଜରି ବ୍ୟାଗ ଧରି ସଫେଇ କରିଥିଲେ। ଓଡିଶା ମୋ ପରିବାର ସହ, ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀ ଓ ନେତା ସଫେଇ କାର୍ଯ୍ଯରେ ସାମିଲ ଥିଲେ । ନିଜେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏହି ସଫେଇ କାର୍ଯ୍ଯରେ ଯୋଗ ଦେଇଥିଲେ ।

BJD Leader

ସୂଚନାଥାଉ କି, ସାରା ରାଜ୍ୟରୁ ୫୦ ହଜାର ଲୋକ ରାଜଧାନୀରେ ଏକଜୁଟ ହୋଇଛନ୍ତି । ୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଯେଉଁ ବସର ବ୍ୟବସ୍ଥା କରାଯାଇଥିଲା ସେହି ବସରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ । ମଝିରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ମଧ୍ୟ ଦେଇଥିଲେ । ବିମାନବନ୍ଦରରୁ ବାହାରିବା ସମୟରେ ଲୋକଙ୍କୁ ଅଭିବାଦନ ଜଣାଇ ରାଜ୍ୟବାସୀଙ୍କୁ ତାଙ୍କ ସମ୍ମାନ ସମର୍ପିତ କରିଛନ୍ତି ନବୀନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+