ଜେଲରୁ ବାହାରି ପ୍ରେମିକାକୁ ବିଭତ୍ସ ହତ୍ୟା କଲା ପ୍ରେମିକ , ମାରିଲା ଝାରସୁଗୁଡାରେ, ଫିଙ୍ଗିଲା ରାଉରକେଲାରେ
ଓଡ଼ିଶାରେ ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଜଘନ୍ୟ ହତ୍ୟାକାଣ୍ତ । ପ୍ରେମିକାକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟିଲା ଜହ୍ଲାଦ ପ୍ରେମିକ । ଝାରସୁଗୁଡାରେ ମାରିଲା । ରାଉରକେଲାରେ ଫିଙ୍ଗିଲା । ପ୍ରେମ ବ୍ୟାପାରକୁ ନେଇ ବୀଭତ୍ସ ହତ୍ୟା । ପ୍ରେମିକାକୁ ଦୁଷ୍କର୍ମ କରି ଜେଲ୍ ଯାଇଥିଲା ଅଭିଯୁକ୍ତ । ଜାମିନରେ ଆସିବା ପରେ ଘଟାଇଲା ନାରକୀୟ କାଣ୍ଡ ।
ପ୍ରେମିକାକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫିଙ୍ଗିଦେଲା । ବ୍ରାହ୍ମଣୀ ନଦୀରୁ ଯୁବତୀଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିବାବେଳେ ନିକଟ ପୋଖରୀରୁ ମିଳିଛି ହାତ ଗୋଡ । ଏହା ସଂପୃକ୍ତ ଯୁବତୀଙ୍କର ବୋଲି ସନ୍ଦେହ କରାଯାଉଛି । ଏବେ ସୁଦ୍ଧା ମୁଣ୍ଡ ମିଳିନଥିବାରୁ ମୃତଦେହ ଚିହ୍ନଟ ପାଇଁ ପରିବାର ଲୋକଙ୍କୁ ଡାକିଛି ପୋଲିସ ।

ଝାରସୁଗୁଡ଼ା, ରାଉରକେଲା ପୋଲିସ ମିଳିତ ଭାବେ ତଦନ୍ତ କରୁଥିବାବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି । ଅଭିଯୁକ୍ତ ପ୍ରେମିକର ବୟାନ ଆଧାରରେ ଖଣ୍ଡ ବିଖଣ୍ଡିତ ମୃତଦେହ ଖୋଜୁଛି ପୋଲିସ । ଅଭିଯୁକ୍ତ ପ୍ରେମିକ ନାଁ କୁନା କିଷାନ । ସୂଚନା ଅନୁସାରେ ମୃତ ଯୁବତି ସୁନ୍ଦରଗଡ଼ର । ୨୦୧୮ ମସିହାରେ କୁନା କିଷାନ ଓ ମୃତ ଯୁବତୀଙ୍କ ଭିତରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ସେତେବେଳେ ଯୁବତୀ ଜଣଙ୍କ ନାବାଳିକା ଥିଲେ ।
୨୦୨୩ ମସିହାରେ ପ୍ରେମିକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଥିଲେ ପ୍ରେମିକା । ପୋକ୍ସୋ ଆକ୍ଟରେ ମାମଲା ହୋଇ ଅଭିଯୁକ୍ତ ଜେଲ୍ ଯାଇଥିଲେ । ଆଉ ଏବେ ୧୫ ଦିନ ତଳେ ଜେଲରୁ ମୁକୁଳିଥିଲେ କୁନା । ତେବେ ଜେଲରୁ ବାହାରିବା ପରେ ପ୍ରତିଶୋଧ ନେବା ପାଇଁ ଝାରସୁଗୁଡ଼ାରେ ମାଉସୀ ଘରେ ଥିବା ପ୍ରେମିକା ପାଖରେ ପହଞ୍ଚିଥିଲା ।
ସେଠାରେ ତାକୁ ହତ୍ୟା କରିବା ପରେ ମୃତ ଦେହକୁ ଅତି ନିର୍ମମ ଭାବେ ଖଣ୍ଡ ଖଣ୍ଡ କାଟି ରାଉରକେଲାର ବିଭିନ୍ନ ସ୍ଥାନରେ ପିଙ୍ଗିଛି ଜହ୍ଲାଦ। ଝାରସୁଗୁଡ଼ା ଥାନାରେ ଏନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications