ଦୀର୍ଘ ୫ ଦିନ ପରେ ଜଗତସିଂହପୁରରେ ସ୍ୱାଭାବିକ ହେଲା ବସ ଚଳାଚଳ

ଆଜିଠାରୁ ଜଗତସିଂହପୁରର ସମସ୍ତ ରୁଟ୍‌ରେ ଗଡିଲା ଘରୋଇ ବସ୍ । ୫ ଦିନ ବ୍ୟାପୀ ଧର୍ମଘଟ ପରେ ପ୍ରଶାସନ ରାଜି ହେଲା ଟାୟାର ୨ ଏମ୍ ବି ଏସ ବନ୍ଦ କରିବା ପାଇଁ । ଜଗତସିଂହପୁର ଘରୋଇ ବସ ମାଲିକ ସଂଘ, କଟକ ଓ ପାରାଦୀପ ସଂଘର ପକ୍ଷରୁ ଜଗତସିଂହପୁର କଲେକ୍ଟର, ଏସପି, ରାଜ୍ୟ ପରିବହନ କମିଶନର, ପରିବହନ ମନ୍ତ୍ରୀ,କଟକ ଓ କେନ୍ଦ୍ରାପଡ଼ା କଲେକ୍ଟରଙ୍କ ନିକଟରେ ଇ-ମେଲ୍ ଜରିଆରେ ଲିଖିତ ଅଭିଯୋଗ ହେବା ପରେ, ପ୍ରଶାସନର ପଦକ୍ଷେପ ଗ୍ରହଣ କରିଛି ।

Jagatsinghpur

ରବିବାର ସନ୍ଧ୍ୟାରେ, ଟ୍ରାନ୍ସପୋର୍ଟ କମିଶନର, ରାଜ୍ୟ ସଂଘର ସଂପାଦକ, କଟକ ଘରୋଇ ବସ ମାଲିକ ସଂଘ ସଭାପତି ଓ ଜଗତସିଂପୁର ଜିଲ୍ଲାପାଳ ମୋବାଇଲ କନ୍ଫରେନ୍ସ ଜରିଆରେ ଆଲୋଚନା ପରେ ଟ୍ରାନ୍ସପୋର୍ଟ କମିଶନର ଏମ୍ ବି ଏସ ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ନେଇ, ରାଜ୍ୟ ସଂପାଦକ, କଟକ, ପାରାଦୀପ, ଜଗସିଂହପୁର ସଭାପତି ଏବଂ ସମ୍ପାଦକ ଘରୋଇ ମାଲିକ ମାନଙ୍କୁ ସେମାନଙ୍କ ବସ ସୋମବାର ଠାରୁ ଚଳାଚଳ ଜାରି ରଖିବା ପାଇଁ କହିଛନ୍ତି । ଏମ୍ ବି ଏସ ବସ ସମ୍ପର୍କରେ ଏସ ଟି ଏ ରେ ସୋମବାର ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା ହେବ ବୋଲି କମିଶନର ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+