EKYC ସରିଲେ ନୂଆ ରାସନ କାର୍ଡ: ମନ୍ତ୍ରୀ
ରାସନ କାର୍ଡ EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା । ପାଖାପାଖି ୨ କୋଟି ୩୦ ଲକ୍ଷ EKYC ସରିଲାଣି । ୧ କୋଟି ପାଖାପାଖି ଲୋକଙ୍କ EKYC ବାକି ଅଛି । ୧୫-୨୦ ଦିନରେ EKYC ସରିଯିବ, ତାପରେ ନୂଆ କାର୍ଡ ବଣ୍ଟାଯିବ ।

ଏପଟେ ରାଜ୍ୟରେ ରାସନ କାର୍ଡର E-KYC ଚାଲିଛି । ପାଖାପାଖି ୨ କୋଟି ୩୦ ଲକ୍ଷ E-KYC ସରିଥିବା କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର । ପାଖାପାଖି ଆଉ ୧ କୋଟି ଲୋକଙ୍କ E-KYC ବାକି ଅଛି । ୧୫-୨୦ ଦିନ ଭିତରେ E-KYC ସରିଯିବ । ତାପରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି।
ସୂଚନା ଅନୁସାରେ ଗତକାଲି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ମଂଜୁରୀ ହୋଇଛି । ଏହା ବ୍ୟତୀତ ସୀମାବର୍ତ୍ତି ରାଜ୍ୟଗୁଡ଼ିକରେ ଭିତ୍ତିଭୂମି ବିକାଶ ଉପରେ କ୍ୟାବିନେଟ୍ ମଧ୍ୟ ଗୁରୁତ୍ୱାରୋପ କରିଛି ।କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ୧୭,୦୮୨ କୋଟି ହେବ, ଯାହା କେନ୍ଦ୍ର ସରକାର ବହନ କରିବେ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ପୁଷ୍ଟିକର ସୁରକ୍ଷା ବୃଦ୍ଧି କରିବା ।












Click it and Unblock the Notifications