ଦୁଇ ଦିନିଆ ଓଡିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି
ଦୁଇ ଦିନିଆ ଓଡିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଓଡିଶାରୁ ହାଇଦ୍ରାବାଦ ଯାଇଛନ୍ତି ।
ପୁରୀ: ଦୁଇ ଦିନିଆ ଓଡିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଓଡିଶାରୁ ହାଇଦ୍ରାବାଦ ଯାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିମାନବନ୍ଦରରେ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ବିଦାୟ ଜଣାଇଛନ୍ତି ।

ଗସ୍ତର ଦ୍ୱିତୀୟ ଦିନରେ ଗୌଡିୟ ମଠ ପରିଦର୍ଶନ କରି ପ୍ରଭୁପାଦଙ୍କୁ ଆରତି କରିବା ସବ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଭକ୍ତି ମାର୍ଗର ଅଗ୍ରୀଣ ପଥ ପ୍ରଦର୍ଶକ ଚୈତନ୍ୟଙ୍କ ମାର୍ଗକୁ ସେବା ଓ ଶାନ୍ତିର ମାର୍ଗ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ୍ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ ।
ତେବେ ପୁରୀରେ ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେଇ ଫେରୁଥିଲେ ରାଷ୍ଟ୍ରପତି । ପୁରୀବାସୀ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ଉପସ୍ଥିତ ରହିଥିଲେ । ଫେରିବା ବେଳେ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଲୋକମାନେ ହାତ ହଲାଇ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାଦେଖି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯାଇ ପାରିନଥିଲେ । ଲୋକଙ୍କ ଅଭିବାଦନ ଦେଖି ଅଟକି ଯାଇଥିଲେ, ଗାଡ଼ିରୁ ଓହ୍ଲାଇ ଲୋକଙ୍କ ଉଦ୍ଦେଶ୍ୟରେ ଅଭିବାଦନ ଜଣାଇଥିଲେ ରାଷ୍ଟ୍ରପତି ।












Click it and Unblock the Notifications