୯ ମିଟରର ଡ୍ରିଲିଂ ପରେ କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା

ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ ୧୭ ଇଞ୍ଚ୍‌) ର କୋର୍ ଡ୍ରିଲିଂ କାର୍ଯ୍ୟ କରାଯାଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ASI) ପକ୍ଷରୁ ଏହି ଡ୍ରିଲିଂ କରାଯିବା ପରେ ଗର୍ଭଗୃହକୁ ବାଟ ଫିଟିଛି। ଡ୍ରିଲିଂ ପରେ ସଂଗୃହୀତ ହୋଇଥିବା ବାଲି ଓ ପଥରର ନମୂନା ପରୀକ୍ଷଣ କରାଯିବ। ଏହି ପରୀକ୍ଷଣ ରିପୋର୍ଟ ଆସିବା ପରେ ଜଗମୋହନ ଓ ଗର୍ଭଗୃହର ପ୍ରକୃତ ସ୍ଥିତି ଜଣାପଡ଼ିବ।

Konark temple

ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ପୂର୍ବତନ ଡିଜି ଏକେ ବାସାଙ୍କ ସମେତ ୧୦ ଜଣିଆ ବୈଷୟିକ କୋର୍ କମିଟି ଆଜି କୋଣାର୍କ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ର୍ବରୁ ରୋବୋଟିକ୍ କ୍ୟାମେରା ଦ୍ୱାରା ବାଲିର ସ୍ଥିତି ଆକଳନ କରାଯାଇଥିଲା। ବର୍ତ୍ତମାନ ପ୍ରକୃତ ସ୍ଥିତି ଅନୁଧ୍ୟାନ ପାଇଁ ମନ୍ଦିରର ପଶ୍ଚିମ ପାର୍ଶ୍ୱରେ ୮୦ ଫୁଟ ଉଚ୍ଚତାରେ ୧୬ ସେଣ୍ଟିମିଟରର ଏକ କ୍ଷୁଦ୍ର ଟନେଲ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଇଂରେଜ ରାଜୁତି ସମୟରେ ବିଶ୍ୱପ୍ରସିଦ୍ଧ ଏହି କୀର୍ତ୍ତିରାଜିକୁ ସୁରକ୍ଷିତ ରଖିବା ପାଇଁ ୧୯୦୩ ରୁ ୧୯୦୯ ମସିହା ମଧ୍ୟରେ ଜଗମୋହନ ଗର୍ଭଗୃହରେ ବାଲି ଭର୍ତ୍ତି କରି ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଥିଲା। ଦୀର୍ଘ ୧୨୦ ବର୍ଷ ପରେ ଗର୍ଭଗୃହକୁ ପୁଣି ଖୋଲିବା ଏବଂ ବାଲି କାଢ଼ିବା ପାଇଁ ଏଏସ୍‌ଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୨ ସେପ୍ଟେମ୍ବରରେ ଏହି କାର୍ଯ୍ୟର ଅନୁକୂଳ କରାଯାଇଥିଲେ ମଧ୍ୟ କିଛି କାରଣରୁ ବନ୍ଦ ରହିଥିବା ପ୍ରକ୍ରିୟା ଏବେ ପୁଣି ଆରମ୍ଭ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+