୪ ଦିନ ପରେ ବି ତାପଙ୍ଗ ଖଣିରୁ ନିଖୋଜ ଯୁବକଙ୍କ ମିଳୁନି ପତ୍ତା; ଉଦ୍ଧାରରେ ସାମିଲ ସ୍ବତନ୍ତ୍ର ରୋବୋଟ୍‌

୪ ଦିନ ପରେ ବି ତାପଙ୍ଗ ଖଣିରୁ ନିଖୋଜ ଯୁବକଙ୍କ ମିଳୁନି ପତ୍ତା । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଚାଲିଛି ଜୋରଦାର ପ୍ରୟାସ । ଉଦ୍ଧାରରେ ସାମିଲ ହେଲା ରାଉରକେଲା NITର ସ୍ବତନ୍ତ୍ର ରୋବୋଟ୍‌ ।

ଖୋର୍ଦ୍ଧା ତାପଙ୍ଗ ଖଣିରେ ନିଖୋଜ ଯୁବକଙ୍କ ଖୋଜା ଚାଲିଛି । ଗତକାଲି ଠାରୁ ଖଣି ଅଞ୍ଚଳରେ ପୋଖରୀରେ ବୁଡି ଯାଇଥିବା ଯୁବକଙ୍କ ପତ୍ତା ମିଳୁନାହିଁ। ଏବେ ସୁଦ୍ଧା ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଛି । ଓଡ଼ିଶାର ଲଦାଖ ଭାବରେ ପରିଚିତ ତାପଙ୍ଗ ଖଣି ଅଂଚଳଉଦ୍ଧାରରେ ସାମିଲକୁ ଗତକାଲି ୪ଜଣ ସାଙ୍ଗ ବୁଲିବାକୁ ଯାଇଥିଲେ। ସେଲ୍ଫି ନେଉନେଉ ଖସିଯିବାରୁ ଦୁଇ ଯୁବକ ପାଣିରେ ଭସି ଯାଇଥିଲେ, ଜଣକୁ ଉଦ୍ଧାର କରାଯାଇ ଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ରହିଛନ୍ତି। ତାଙ୍କୁ ଖୋଜିବା ପାଇଁ ସ୍କୁବା ଡ୍ରାଇଭର ନିୟୋଜିତ ହୋଇଛନ୍ତି ।

Tapang mine

ନିଖୋଜ ଯୁବକ ଜଣଙ୍କ ନାମ ଓମ୍ ପ୍ରକାଶ ରଥ। ଭୁବନେଶ୍ୱରର ଏକ ସପିଂ ମଲ ନିକଟରୁ ଏକ ଅଟୋରେ ସାଙ୍ଗମାନେ ତାପଙ୍ଗ ଯାଇଥିଲେ। ଅଟୋ ଡ୍ରାଇଭରଙ୍କ ବାରଣ ସତ୍ୱେ ଫଟୋ ଉଠାଇବା ପାଇଁ ଖଣି ଅଂଚଳର ଗଭୀର ପୋଖରୀ ନିକଟକୁ ଯାଇଥିଲେ। ଫଟୋ ଉଠାଉଥିବା ବେଳେ ଜଣେ ପୋଖରୀର ପାଣିକୁ ଖସି ପଡିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଓମ୍ ପ୍ରକାଶ ତଳକୁ ଖସି ପଡିଥିଲେ।

ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, ଓଡ୍ରାଫ, ନାଭାଲ ଟିମ୍ ଓ ସ୍କୁବା ଡ୍ରାଇଭର ନିୟୋଜିତ ହୋଇଥିଲେ ମଧ୍ୟ ଓମ ପ୍ରକାଶଙ୍କୁ ଠାବ କରିବାରେ ବିଫଳ ହୋଇଛନ୍ତି । ୪୫ ଜଣିଆ ଟିମ୍ ପକ୍ଷରୁ ୪ ଦିନ ଅପରେସନ ଚାଲିଥିଲେ ବି ଛାତ୍ରଙ୍କ ପତ୍ତା ମିଳିନି । ଛାତ୍ରଙ୍କୁ ଖୋଜିବାରେ କ୍ୟାମେରା ମଧ୍ୟ ଫେଲ ମାରିଛି । ତେଣୁ ଏବେ ଉଦ୍ଧାର କାର୍ଯ୍ୟରେ ରୋବର୍ଟ ନିୟୋଜିତ କରାଯିବ । ତାପଙ୍ଗର ଏହି ଖଣି ଅଂଚଳ ପାହାଡ଼ ଓ ନୀଳ ଜଳରାଶି ପାଇଁ ଲଦାଖର ଭ୍ରମ ସୃଷ୍ଟି କରୁଥିବାରୁ ଅନେକ ଲୋକ ଏଠାରେ ଭିଡ଼ ଜମାଉଛନ୍ତି । ତେବେ ପାଣିରେ ବୁଡ଼ି କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ପରେ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+