୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା; ବର୍ତ୍ତମାନ ସୁଦ୍ଧା ୩୩ ଗିରଫ
ଭଦ୍ରକ: ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା। ଆଜି ମଧ୍ୟରାତ୍ରୀରୁ ସ୍ବାଭାବିକ ହୋଇଛି ଇଣ୍ଟରନେଟ୍। ଉତ୍ତେଜନା ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ୩୩ ଗିରଫ ହୋଇଛନ୍ତି । ସ୍ଥିତି ସ୍ବାଭାବିକ ହୋଇଥିଲେ ବି ଜାରି ରହିଛି ୧୬୩ ।
ବିବାଦୀୟ ଫେସବୁକ ପୋଷ୍ଟ ପାଇଁ ଭଦ୍ରକରେ ଉପୁଜିଛି ଅଶାନ୍ତି। ଅବଶ୍ୟ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ଓ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ପେଟ୍ରୋଲିଂ ସହ ଫ୍ଲାଗମାର୍ଚ୍ଚ୍ଚ କରି ସ୍ଥିତି ସୁଧାରିବା ପାଇଁ ଉଦ୍ୟମ ଚାଲିଛି । ଅନ୍ୟପଟେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୬୩ ଧାରା ଜାରି ଥିବାବେଳେ ଇଣ୍ଟରନେଟ ସ୍ବାଭାବିକ ହୋଇଛି ।













Click it and Unblock the Notifications