୩ ପରେ ଫେବୃଆରୀ ୧୦ରେ ଓଡ଼ିଶା ଆସିବେ ମୋଦି, ଜାଣନ୍ତୁ କାହିଁକି

ଫେବୃଆରୀ 3 ପରେ ପୁଣିଥରେ ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଫେବ୍ରୁଆରୀ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ସମ୍ବଲପୁର ସ୍ଥିତ ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ ଉଦ୍‌ଘାଟନ କରିବାକୁ ଆସିବେ । ଫେବ୍ରୁଆରୀ ୧୦ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ୧୦ରେ ଭୁବନେଶ୍ୱର ଆସିପାରନ୍ତି ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ବିଶାଳ ମହିଳା ସମାବେଶରେ ଯୋଗଦେବାକୁ ଆସିପାରନ୍ତି ମୋଦି ।

narendra modi

ସାରା ଦେଶରେ ଦୁଇଟି ବଡ଼ ବଡ଼ ମହିଳା ସମାବେଶ ଆୟୋଜନ ହେଉଥିବା ବେଳେ ଗୋଟିଏ ମଧ୍ୟପ୍ରଦେଶ ଏବଂ ଆଉ ଗୋଟିଏ ଓଡ଼ିଶାରେ ହେବ । ବିଜେଡି ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବିଜେପିର ଏହା ଏକ ବଡ ଷ୍ଟ୍ରାଟେଜି । ସମାବେଶରେ ମହିଳା ମାନଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+