ହବିଷ୍ୟାଳିଙ୍କ ପାଇଁ ଖୁସି ଖବର, ଏଥର ପୁରୀର ପାଳିବେ କାର୍ତ୍ତିକ ବ୍ରତ

ହବିଷ୍ୟାଳିଙ୍କ ପାଇଁ ଖୁସି ଖବର, ଏଥର ପୁରୀର ପାଳିବେ କାର୍ତ୍ତିକ ବ୍ରତ

ପୁରୀ: ହବିଷ୍ୟାଳିଙ୍କ ପାଇଁ ଖୁସି ଖବର । ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୧୦ ତାରିଖଠୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । କରୋନା ମହାମାରୀ ପାଇଁ ଗତ ଦୁଇ ବର୍ଷ ହେବ କାର୍ତ୍ତିକ ମାସରେ ପୁରୀ ନ ଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କୁ ସୂଚନା ଦିଆଯାଇଥିଲା । ଏପରିକି ପୁରୀର ସମସ୍ତ ଧର୍ମଶାଳା ଓ ଲଜରେ ମଧ୍ୟ ହବିଷ୍ୟାଳିଙ୍କୁ ନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଚଳିତ ବର୍ଷ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବାରୁ ୨ ବର୍ଷପରେ କାର୍ତ୍ତିକ ମାସରେ ବ୍ରତ ପାଇଁ ପ୍ରଶାସନ ପକ୍ଷରୁ ହବିଷ୍ୟାଳି ଶିବିରର ଆୟୋଜନ କରାଯିବ । ଯେଉଁଥି ପାଇଁ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

puri.habisiyanli

ତେବେ ଚଳିତ ବର୍ଷରେ ପୁରୀରେ ହବିଷ୍ୟାଳି ମାନେ କାର୍ତ୍ତିକ ବ୍ରତ କିପରି ସୁବିଧାରେ କରିବେ ସେ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ,ଉପଜିଲ୍ଲାପାଳ ,ପର୍ଯ୍ୟଟନ ଅଧିକାରୀ ,ପୂର୍ତ୍ତ ବିଭାଗ ସୁପରିଟେଣ୍ତେଣ୍ଟ ଇଞ୍ଜିନିୟର ଓ ବିଭିନ୍ନ ବିଭାଗର ଆଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ହବିଷ୍ୟାଳିଙ୍କ ପାଇଁ କାର୍ତ୍ତିକ ମାସରେ ଏକ ମାସ ପର୍ଯ୍ୟନ୍ତ ନରେନ୍ଦ୍ର କୋଣ ସ୍ଥିତ ବନ୍ଦାବତୀ ନିବାସରେ ସମସ୍ତ ବ୍ୟବସ୍ଥା କରାଯିବ । ପ୍ରାୟ ୨ ହଜାରବ୍ରତଧାରୀଙ୍କ ପାଇଁ ରହିବା ବ୍ୟବସ୍ଥା କରାଯିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା । ପ୍ରତ୍ୟକ ଦିନ ହବିଷ୍ୟାଳିଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ,ମହାପ୍ରସାଦ ସେବନ ,କାର୍ତ୍ତିକ ପୂରାଣ ପ୍ରବଚନ ଆଦିର ବ୍ୟବସ୍ଥା କରାଯିବ । ତେବେ ସେପ୍ଚେମ୍ବର ୧୦ରୁ ୨୫ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କାରାଯିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+