୧୧ ମାସ ପରେ ପୁରୁଣାସ୍ଥାନକୁ ଫେରିଲା ବିରଜା ହାଟ; ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଯାଜପୁର: ୧୧ ମାସ ପରେ ପୁରୁଣାସ୍ଥାନକୁ ଫେରିଲା ବିରଜା ହାଟ । ଶାନ୍ତିଶୃଙ୍ଖଳା ଲାଗି ହାଟରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ । ୨୦୦ରୁ ଅଧିକ ଚାଷୀ ଓ ବ୍ୟବସାୟୀ ଆରମ୍ଭ କଲେ ବେପାର । ବିରଜା ମନ୍ଦିର ପ୍ରକଳ୍ପ ପାଇଁ ହାଟକୁ ସ୍ଥାନାନ୍ତର କରାଯାଇଥିଲା । ହାଟ ସ୍ଥାନାନ୍ତର କରି ସନ୍ଥମାଧବ ଅଞ୍ଚଳରେ ନୂଆ ହାଟ ବସାଯାଇଥିଲା ।

ବାଦ ବିବାଦ ପରେ ଖୋଲିଲା ଯାଜପୁର ବିରଜା ହାଟ । ପୁରୁଣା ସ୍ଥାନକୁ ଫେରିଛି ବିରଜା ହାଟ । ଆଜି ପ୍ରଥମ ଦିନରେ ପୋଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଖୋଲିଛି ବିରଜା ହାଟ।ରବିବାର ସକାଳୁ ଚାଷୀ ଓ ବ୍ୟବସାୟୀ ମାନେ ବିରଜା ମନ୍ଦିର ନିକଟ ହାଟରେ ଦୋକାନ ଖୋଲିଛନ୍ତି। ହାଟ ବିବାଦ ସମାଧାନ ପାଇଁ କିଛି ଦିନ ତଳେ ବୈଠକ ବସିଥିଲା । ପୁରୁଣା ସ୍ଥାନ ବିରଜା ମନ୍ଦିର ନିକଟରେ ହାଟ ଖୋଲିବାକୁ ନିଷ୍ପତି ନେଇଥିଲା ଜିଲ୍ଲା ପ୍ରଶାସନ ।

Birjaja hata

ଗତ ଜାନୁଆରୀ ୧୯ ତାରିଖରେ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ପାଇଁ ବିରଜା ହାଟକୁ ସନ୍ଥ ମାଧବ ଅଞ୍ଚଳ କୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ପୁରୁଣା ଜାଗା ଅର୍ଥାତ୍ ମନ୍ଦିର ନିକଟ ହାଟକୁ ଫେରିବା ପାଇଁ ଦାବି କରିଥିଲେ ବ୍ୟାବସାୟୀ । ଯାହାକୁ ନେଇ ବିଧାୟକଙ୍କ ଉପରେ ଆକ୍ରମଣ ଓ ଥାନା ଘେରାଉ କରିଥିଲେ ବ୍ୟବସାୟୀ । ଏହାର ସମାଧାନ ପାଇଁ ପ୍ରଶାସନ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିବା ପରେ ହାଟକୁ ନେଇ ଲାଗି ରହିଥିବା ବିବାଦ ଉପରୁ ପୂର୍ଣ୍ଣଛେଦ ପଡ଼ିଛି । ପୁରୁଣା ଜାଗାକୁ ଫେରିଛି ହାଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+