ଚର୍ମବିଣ୍ଡି ରୋଗ ପାଇଁ ୧୪ ଜିଲ୍ଲାକୁ ଜାରି ହେଲା ଆଡଭାଇଜରି

ରାଜ୍ୟରେ ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ କରିବା ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ୧୪ ଜିଲ୍ଲାକୁ ଆଡଭାଇଜରି ଜାରି କରଯାଇଛି ।

ଭୁବନେଶ୍ୱର: ମଣିଷ ପରେ ଏବେ ଗୋରୁଗାଇଙ୍କୁ ଭାଇରସ୍ ଭୟ । ମହାମାରୀ କରୋନାର ପ୍ରକୋପ କମିଥିବା ବେଳେ ଏବେ ଆଉ ଏକ ଭାଇରସ୍‌କୁ ନେଇ ଚିନ୍ତା ବଢ଼ିଛି। ଲମ୍ପି ସ୍କିନ୍‌ ଡିଜିଜ୍‌ ବା ଚର୍ମବିଣ୍ଡି ରୋଗ ଗାଈଗୋରୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସଂକ୍ରାମକ ରୋଗ । ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି । ଉତ୍ତରଭାରତ ସମେତ ରାଜସ୍ଥାନ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶରେ ଗାଇ ମହିଷି ଚର୍ମବିଣ୍ଡି (ଲମ୍ପି ଡିଜିଜ୍‍)ରେ ଆକ୍ରାନ୍ତ ହେବା ଏବଂ ବହୁ ସଂଖ୍ୟକ ପଶୁ ପ୍ରାଣ ହରାଇଲେଣି । ତେଣୁ ଏଥିପାଇଁ ଆଗୁଆ ସଜାଗ୍ ହୋଇଛନ୍ତି ଓଡିଶା ସରକାର ।

Lumpy Skin Disease

ରାଜ୍ୟରେ ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ କରିବା ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ୧୪ ଜିଲ୍ଲାକୁ ଆଡଭାଇଜରି ଜାରି କରଯାଇଛି । ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରାମର୍ଶ କ୍ରମେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚର୍ମବିଣ୍ଡି ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ ନିମନ୍ତେ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି । ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ବ୍ୟାପକ ପ୍ରଚାର ଓ ଜନସଚେତନତା କରିବାକୁ ସିଡ଼ିଭିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହିସବୁ ଜିଲ୍ଲାରେ ରାଜ୍ୟ ସୀମାର ୫ କିମି ପରିଧି ମଧ୍ୟରେ ଥିବା ସୀମାବର୍ତ୍ତୀ ବ୍ଲକ୍‌ ଓ ଗ୍ରାମଗୁଡ଼ିକୁ ଚିହ୍ନଟ କରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ କୁହାଯାଇଛି । ପ୍ରାଣୀମାନଙ୍କ ମଧ୍ୟରେ ରୋଗ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ଔଷଧ ପ୍ରୟୋଗର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନକୁ ଆନ୍ତରାଜ୍ୟ ଗୋମହିଷାଦିର ପରିବହନ ଉପରେ କଟକଣା ଲାଗୁ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ପ୍ରାଣୀମାନଙ୍କ ମଧ୍ୟରେ ରୋଗ ସଂକ୍ରମଣକୁ ରୋକିବା ପାଇଁ ରହୁଥିବା ସ୍ଥାନ କିମ୍ବା ଗୁହାଳକୁ ନିୟମିତ ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠାରେ ରୋଗ ଦେଖାଯାଉଛି, ପ୍ରଭାବିତ ଗୋମହିଷାଦିଙ୍କୁ ତୁରନ୍ତ ପୃଥକ ରଖିବା ସହ ନିକଟସ୍ଥ ପ୍ରାଣୀଧନ ନିରିକ୍ଷକ, ପ୍ରାଣୀ ଚିକିତ୍ସକ କିମ୍ବା CDVOଙ୍କୁ ଖବର ଦେବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଏଥି ସହିତ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ସନ୍ଦେହ ହେଉଥିବା ପ୍ରାଣୀର ନମୁନା ସଂଗ୍ରହ କରି ଜିଲ୍ଲା ଡାଇଗ୍ନୋଷ୍ଟିକ୍‌ ଲାବେରୋଟୋରୀ କିମ୍ବା ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନର ପରୀକ୍ଷାଗାରକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଲମ୍ପି ସ୍କିନ୍‌ ଡିଜିଜ୍‌ ବା ଚର୍ମବିଣ୍ଡି ରୋଗ ଗାଈଗୋରୁଙ୍କ ସଂକ୍ରମିତ ଲାଳ, ସିଂଘାଣି, ରକ୍ତ ଓ ସିଧାସଳଖ ସଂସ୍ପର୍ଶ ଦ୍ୱାରା ଆକ୍ରାନ୍ତ ପ୍ରାଣୀଙ୍କ ଠାରୁ ସୁସ୍ଥ ପଶୁମାନଙ୍କୁ ବ୍ୟାପିଥାଏ। ଏହା ମଶା, ଡାଆଁଶ, ଟିଙ୍କ ଆଦି ରୋଗବାହାକ ମାନଙ୍କ ଦ୍ୱାରା ବ୍ୟାପିଥାଏ। ଆକ୍ରାନ୍ତ ଗାଈଗୋରୁଙ୍କ ଶରୀରରେ ତାପମାତ୍ରା ବୃଦ୍ଧିଘଟି ଜ୍ୱର ହୋଇଥାଏ ଏବଂ ସେମାନେ ଚାଲିବାରେ କଷ୍ଟ ଅନୁଭବ କରିଥା'ନ୍ତି । ମୁଣ୍ଡ, ବେକ ଓ ପହ୍ନା ଆଦିରେ ଆବୁ ବାହାରିବା ପରି ଫୁଲା ଦେଖାଯାଏ । ଆଶୁ ଚିକିତ୍ସା ଦ୍ୱାରା ଏହି ରୋଗ ସଂପୂର୍ଣ୍ଣ ଆରୋଗ୍ୟ ହୋଇଥାଏ । ତେଣୁ କୌଣସି ଅଞ୍ଚଳରେ ଏହି ରୋଗ ଦେଖାଦେଲେ ତୁରନ୍ତ ନିକଟସ୍ଥ ପ୍ରାଣୀଧନ ନିରୀକ୍ଷକ, ପ୍ରାଣୀ ଚିକିତ୍ସକ କିମ୍ବା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ଖବର ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+