ମାଟ୍ରିକ ପରୀକ୍ଷା ପାଇଁ ଆସିଲା ଆଡମିଟ କାର୍ଡ

ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ, ସୋମବାର ଉପଲବ୍ଧ ହୋଇଛି ମାଟ୍ରିକ ପରୀକ୍ଷା ଆଡମିଟ୍‌ କାର୍ଡ। ଏହା ସହ ମଧ୍ୟମା, ପତ୍ର ବିନିମୟ ପରୀକ୍ଷା ପାଇଁ ମଧ୍ୟ ଆଡମିଟ୍‌ କାର୍ଡ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀମାନେ www.bseodisha.ac.in ରୁ ସେମାନଙ୍କର ଆଡମିଟ୍‌ କାର୍ଡ ଡାଉନଲୋଡ୍ କରିପାରିବେ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦିଆଯାଇଛି।

matriculation

ସୂଚନାଥାଉକି, ଚଳିତ ବର୍ଷ ଫେବ୍ରୁଆରୀ ୨୧ରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା। ପ୍ରାୟ ୫ ଲକ୍ଷ ୧୦ ହଜାର ୭୭୮ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବେ। ପରୀକ୍ଷା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

୧୨ ତାରିଖରୁ ନୋଡାଲ କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର । ୧୯ ତାରିଖ ସୁଦ୍ଧା ନୋଡାଲ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନ ପତ୍ର। ୩୦ ଜିଲ୍ଲାରେ ପ୍ରାୟ ୩୧୩୩ଟି ପରୀକ୍ଷା କେନ୍ଦ୍ର ଓ ୩୧୪ ନୋଡାଲ ସେଣ୍ଟର କରାଯାଇଛି । ସେହିଭଳି ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖଯାଇଥିବାବେଳେ, ପ୍ରଶ୍ନପତ୍ର ଯେପରି ଲିକ୍ ନହୁଏ ସେଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି।ସେହିଭଳି କପି ରୋକିବାକୁ ୪ ପ୍ରକାରର ସ୍କ୍ୱାଡ୍‌ ଗଠିତ ହେବ। ୬୦୦ ସେଣ୍ଟରରେ ଲାଗିବ ସିସିଟିଭି, ସମସ୍ତ ନୋଡାଲ ସେଣ୍ଟର ସିସିଟିଭି ନଜରରେ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+