କେନ୍ଦ୍ରାପଡ଼ାରୁ ୩ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର କଲା ପ୍ରଶାସନ

ଦେଶାନ୍ତର ହେଲେ ୩ ବାଂଲାଦେଶୀ । ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀ ଯାଞ୍ଚ ଅଭିଯାନ ବେଳେ ଏହି ୩ ଜଣ ଚିହ୍ନଟ ହୋଇଥିଲେ । ୬୫ ବର୍ଷୀୟ ମୁମତାଜ ଖାନ, ୫୯ ବର୍ଷୀୟ ଇନସାନ ଖାନ ଓ ୭୦ ବର୍ଷୀୟା ଅମିନା ବିବି l ସମ୍ପର୍କରେ ଏମାନେ ଦୁଇ ଭାଇ ଓ ଭଉଣୀ ବୋଲି ଜଣାପଡିଛି l ୧୯୮୭ ମସିହା ପୂର୍ବରୁ ଏହି ପରିବାରର ୫ ଜଣ ସଦସ୍ୟ ଭାରତକୁ ଅନୁପ୍ରବେଶ କରିଥିଲେ । ସେମାନେ କେନ୍ଦ୍ରାପଡାରେ ସ୍ଥାୟୀ ଭାବେ ରହୁଥିଲେ । ୫ ଜଣଙ୍କ ମଧ୍ୟରୁ ୩ ଭାଇ ଭାଉଣୀଙ୍କୁ ଦେଶାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l

Bangladeshi infiltrators

୩ ଦେଶାନ୍ତରଙ୍କ ମଧ୍ୟରୁ ଦୁଇଭାଇ ମୁମତାଜ ଖାନ ଓ ଇନସାନ ଖାନ ସଦର ଥାନା ଅନ୍ତର୍ଗତ କପାଳେଶ୍ୱର୍ ପଂଚାୟତର ଗରାପୁର୍ ବସ୍ତିରେ ରହୁଥିବା ବେଳେ ଭଉଣୀ ଅମିନା ବିବି ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଅରୁଣ ନଗରରେ ରହୁଥିଲେ l ତେବେ ଏହି ଦେଶାନ୍ତର ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳି ନାହିଁ l ଏହି ୩ ଅନୁପ୍ରବେଶକାରୀଙ୍କୁ ପ୍ରଥମେ ଭୁବନେଶ୍ବର ପରେ ଦିଲ୍ଲୀ ସ୍ଥିତ କେନ୍ଦ୍ର ସରକାରଙ୍କ ଅସ୍ଥାୟୀ ଡିଟେନସନ଼ ସେଣ୍ଟରକୁ ପାଠାଯାଇଥିଲା l ଆବଶ୍ୟକୀୟ ଯାଞ୍ଚ ପରେ ସେମାନଙ୍କୁ ସୀମା ସୁରକ୍ଷା ବାହିନୀଙ୍କୁ ହସ୍ତାନ୍ତର କରାଯାଇଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଡିଜିଙ୍କୁ ନିର୍ଦ୍ଦେଶ ଆସିଥିଲା । ଗତ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ ବେଳେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁ ଆରମ୍ଭ ହୋଇଥିଲା ଯାଞ୍ଚ ପ୍ରକ୍ରିୟା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+