ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ଉଦ୍‌ଘାଟିତ: ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା

ଭୁବନେଶ୍ୱର : ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍‌ଘାଟନ କରିଛନ୍ତି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଆଦିବାସୀ ମେଳା। ପ୍ରବାସୀ ଭାରତୀୟ ଦିବସକୁ ଉପଲକ୍ଷେ ଚଳିତ ବର୍ଷ ଜାନୁଆରୀ ୨୬ ପରିବର୍ତ୍ତେ ୫ ତାରିଖରେ ଆଦିବାସୀ ମେଳା କରାଯାଉଛି।

ମେଳାରେ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, କଳା ଓ ହସ୍ତଶିଳ୍ପ ଗ୍ରାମ, ଜନଜାତି ଖାଦ୍ୟ ଫୁଡ କୋର୍ଟ, ଲାଇଭ ଡେମନଷ୍ଟ୍ରେସନ, ଭଗବାନ ର୍ବିସା ମୁଣ୍ଡା ପାଭିଲିୟନ ମୁଖ୍ୟ ଆକର୍ଷଣ ପାଲଟିବ। ଚଳିତ ବର୍ଷ ୨୦ଟି ଆଦିବାସୀ କୁଟିର ର୍ନିମାଣ କରାଯାଉଥିବା ବେଳେ ୧୪୭ଟି ଷ୍ଟଲରେ ଆଦିବାସୀ ସାମଗ୍ରୀ ବିକ୍ରିବଟା ହେବ। ଏଥିସହ କଳା ଓ ହସ୍ତଶିଳ୍ପ ଗ୍ରାମ ପାଇଁ ୪୦ଟି ଷ୍ଟଲ ପ୍ରସ୍ତୁତ କରାଯାଉଥିବା ବେଳେ ୧୫ଟି ଷ୍ଟଲ ରେ ଲାଇଭ ଡେମନଷ୍ଟ୍ରେସନ ର ସୁବିଧା ରହିଛି।

Adivasi Mela in Bhubaneswar

ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ ଗ୍ୟାଲେରିରେ ବିର୍ସା ମୁଣ୍ଡାଙ୍କ ଜୀବନୀ, ଦେଶର ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଗ୍ୟାଲେରି, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର୍‌ ଓ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍‌ ଶୋ', ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ ଶୋ', ଓଡ଼ିଶାର ଜନଜାତି ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଷିତ ଲାଇଟ ଆଣ୍ଡ୍‌ ସାଉଣ୍ଡ୍‌ ଶୋ', ଫ୍ୟାଶନ ଶୋ' ଏବଂ ଫାୟାର୍‌ ୱାର୍କ ଶୋ' ଆଦି ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ଜାନୁଆରି ୨୬ରୁ ଏହି ମେଳା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ମାସ ଭୁବନେଶ୍ବରରେ ୨ଟି ବିଶ୍ବସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଗୁଆ ମେଳା କରାଯାଇଛି। ଆସନ୍ତା ୮ ତାରିଖ ଠାରୁ ଭୁବନେଶ୍ଵରରେ 'ପ୍ରବାସୀ ଭାରତୀୟ ଦିବସ' ଓ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା' ଆୟୋଜନ ହେବ। ତେଣୁ ଆଜିଠୁ ଆରମ୍ଭ ହୋଇଛି ଆଦିବାସୀ ମେଳା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+