Adivasi Mela: ଆଦିବାସୀ ମେଳା ଉଦଯାପିତ, ୮ କୋଟିର ବେପାର

ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଗତ ୧୨ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଉଦଯାପିତ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆତସବାଜି ଥିଲା ଉଦଯାପନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ। ଆଦିବାସୀ ପିଠାପଣା ଖାଇବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଘର କରଣା ଜିନିଷ କିଣିନେଇଥିଲେ ଲୋକେ।

ଉଦଯାପନୀ ଅବସରରେ ମନ୍ତୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ୧୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ସ୍ଥିତ ଗୋଠପାଟଣାରେ ହେବ ଆଦିବାସୀ ଐତିହ୍ୟ ଭବନ। ଆଦିବାସୀ ଭାଷା ସଂସ୍କୃତି ଭବନ ପାଇଁ ୫୦ କୋଟି ଏବଂ ୧୫୦ କୋଟି ଟଙ୍କା ଖର୍ଚ୍ଚରେ ରାଉରକେଲାରେ ନିର୍ମାଣ ହେବ ଭଗବାନ ବିର୍ଷା ମୁଣ୍ଡା ସ୍ମୃତି ସଦନ। ଶିକ୍ଷାର ବିକାଶ ପାଇଁ ୧୫ ଆଶ୍ରମ ବିଦ୍ୟାଳୟ ମାନଙ୍କରେ ଉଚ୍ଚଶିକ୍ଷା ପାଇଁ ୨୨୫ କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ସ୍କୁଲ ଅପଗ୍ରେଡ କରିଥିବା କହିଛନ୍ତି।

ଚଳିତ ବର୍ଷ ଆଦିବାସୀ ମେଳାରେ ୮ କୋଟି ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବେପାର ହୋଇଛି। ପ୍ରବାସୀ ଭାରତୀୟ ଦିବସକୁ ଦୃଷ୍ଟିରେ ରଖି ଆଦିବାସୀ ମେଳା ଜାନୁଆରୀ ୫ ରୁ ୧୬ ପର୍ଯ୍ୟନ୍ତ ରଖାଯାଇଥିଲା। ଆଦିବାସୀ ମେଳାରେ ମୋଟ ୧୮୮ ଷ୍ଟଲ ଲାଗିଥିଲା। ଯେଉଁଥିରୁ ୧୪୦ ଷ୍ଟଲ କେବଳ ଆଦିବାସୀଙ୍କ ଚାଲିଚଳଣୀ, ଖାଦ୍ୟ ପେୟ, ବିକ୍ରି ସାମଗ୍ରୀ ରହିଥିଲା।

Adivasi Mela

ଚଳିତ ବର୍ଷ ଆଦିବାସୀ ମେଳାରେ କିଛି ନୂଆ ଝଲକ ଦେଖିବାକୁ ମିଳିଥିଲା। ବିଶେଷକରି ବିର୍ସା ମୁଣ୍ଡାଙ୍କ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଆଦି କରାଯାଇଥିଲା। ଏଠାରେ ପ୍ରଥମ ଥର ଲାଗି ଦେଖିବାକୁ ମିଳିଥିଲା ସାନ୍ତାଳୀ ଲିପିର ନୂଆ ଚମକ୍ । ଡିଜିଟାଲ ଯୁଗରେ ଲୋକେ ଫୋନ୍, ୱେବ୍‌ସାଇଟ୍‌, ଇଣ୍ଟରନେଟ୍ ଆଦିରେ ସାନ୍ତାଳୀ ଲିପି କେମିତି ଲେଖିବେ ତାହା ସହଜ ହୋଇଛି ।

ରାଜ୍ୟ ସରକାରଙ୍କ ଓଡ଼ିଶା ଭର୍ଚୁଆଲ ଏକାଡେମୀ ପକ୍ଷରୁ ସଂଚାଳିତ ଏବଂ ବିଶେଷଜ୍ଞଙ୍କ ଦ୍ଵାରା ନୂଆ ପ୍ରୟାସ ସଫଳ ହୋଇଛି । ଅତି ସହଜରେ ଜଣେ ଆଦିବାସୀ ଭାଇ ଭଉଣୀ ଏବେ ସାନ୍ତାଳୀ ଲିପି ବ୍ୟବହାର କରି ଫୋନ୍ କି କମ୍ପ୍ୟୁଟରରେ ନିଜ କାର୍ଯ୍ୟ କରିପାରିବେ ।ଚଳିତ ବର୍ଷ ଆଦିବାସୀ ମେଳାରେ ୨୦ଟି ଆଦିବାସୀ କୁଡ଼ିଆ, ଆଦିବାସୀ ସାମଗ୍ରୀ ବିକ୍ରୟ ପାଇଁ ୧୪୭ଟି ଷ୍ଟଲର ବ୍ୟବସ୍ଥା ହୋଇଥିଲା ।

ଏଥିସହିତ ଆଦିବାସୀ କଳା ସଂସ୍କୃତିର ଝଲକ ପାଇଁ ୪୦ଟି ଷ୍ଟଲ ଓ ୧୫ଟି ଷ୍ଟଲରେ ଲାଇଭ ଡେମୋନଷ୍ଟ୍ରେସନ କରାଯାଇଥିଲା। ବିର୍ସା ମୁଣ୍ଡାଙ୍କ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଆଦି ରହିଥିଲା।ପ୍ରତ୍ୟେକ ସଂଧ୍ୟାରେ ଆଦିବାସୀ ନୃତ୍ୟ ସଙ୍ଗୀତ ପ୍ରଦର୍ଶିତ ହେବ । ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଦିବାସୀ ମେଳାକୁ ଆଗୁଆ କରାଯାଇଥିଲା। ଆଦିବାସୀ ମେଳାର ବିଶେଷ ଆକର୍ଷଣ ଆଦିବାସୀ ଗାଁ, ଆଦିବାସୀ ହାଟ, ଆଦିବାସୀ କଳା ସଂସ୍କୃତିର ଷ୍ଟଲ, ଫୁଡ୍ କୋର୍ଟ ଏବଂ ଲାଇଭ ଡେମୋନଷ୍ଟ୍ରେସନ ଆଦି ଦେଖିବାକୁ ମିଳିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+