ଆରମ୍ଭ ହେଲା ଆଦିବାସୀ ମେଳା , ଆକର୍ଷଣ ସାଜିଛି ୧୦ଟି ଜନଜାତିଙ୍କ ଘର

Adivasi Mela 2024: ମେଳା ବୁଲି ମନ ପସନ୍ଦର ଜୀନିଷ କିଣିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ଆଦିବାସୀ ମେଳା ଯେଉଁଠି ଆପଣଙ୍କୁ ଦାରିଙ୍ଗିବାଡିର ହରବାଲ ଟି'ଠୁ ଆରମ୍ଭ କରି ଆଦିବାସୀ ମାନଙ୍କ ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ଖୁବ୍ କମ୍ ଟଙ୍କାରେ ମିଳିବ । ତେବେ ମୋଟ୍ ୧୦୯ଟି ସ୍ଟଲ ଏଥରର ଲାଗିଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଭିଡିଓ କନଫରେନସ ମାଧ୍ୟମରେ ଏହି ମେଳାର ଉଦଘାଟନ କରିଛନ୍ତି । ମେଳାରେ ମନ ଜିଣୁଛି ବା ମୁଖ୍ୟ ଆକର୍ଷଣ ସାଜିଛି ଜନଜାତିଙ୍କ ୧୦ଟି ଘର । ଯଦି ସହରରୁ ଟିକେ ଗ୍ରାମଞ୍ଚଳର ମଜା ନେବାକୁ ଚାହୁଁଛନ୍ତି ବା ଆମ ଜନଜାତି ସମ୍ପଦାୟର ଚାଲି ଚଳଣି, ସେମାନଙ୍କ ଘର ଦେଖିବା ପାଇଁ ଚାହୁଁଛନ୍ତି ତେବେ ନିଶ୍ଚୟ ଥରେ ବୁଲି ଆସନ୍ତୁ ଆଦିବାସୀ ମେଳା । ଉଦଘାଟନୀ ଅବସରରେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ସମସ୍ତ ଷ୍ଟଲ୍ ବୁଲି ଦେଖିବା ସହ ଦାରିଙ୍ଗିବାଡି ହର୍ବାଲ ଟି'ମଧ୍ୟ ପିଇଥିଲେ । ଏହାସହ ବ୍ୟବସାୟୀଙ୍କୁ ଉପହାର ମଧ୍ୟ ଦେଇଛନ୍ତି ।

Adivasi Mela 2024

ଗୁରୁତ୍ୱପୂର୍ଣ୍ଣ କଥା, ଏଥର ଆଦିବାସୀ ମେଳା ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଲାଗିବ । ତେବେ ଆଦିବାସୀଙ୍କ ଚାଲିଚଳନ ଏବଂ ସେମାନଙ୍କ ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ, ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟର ବିକ୍ରି ଏବଂ ପ୍ରସାର ପ୍ରଚାର ପାଇଁ ମୁଖ୍ୟତଃ ଏହି ମେଳା ଅର୍ଥାତ୍ ଆଦିବାସୀ ମେଳାର ଆୟୋଜନ କରାଯାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+