For Quick Alerts
Turn On Notification  
For Daily Alerts
Oneindia App Download

ଫେରିଲାଣି କରୋନା କୋପ, ଆଜିଠୁ ପୁଣି ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ

ଆଜିଠାରୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲ । ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ ।

|

ଭୁବନେଶ୍ୱର: ରାଜଧାନୀ ହୁ ହୁ ହୋଇ ବଢି ଚାଲିଛି ଦୈନିକ ସଂକ୍ରମଣ । ତେବେ ଦ୍ରୁତ ସଂକ୍ରମଣକୁ ବ୍ରେକ୍ ଦେବାକୁ ଆକ୍ସନ ମୁଡରେ ବିଏମସି । ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ବଡ଼ ପଦକ୍ଷପ ନିଆଯାଇଛି । ଆଜିଠାରୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲ ।

 Ashwini Hospital

ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ । ସେହିଭଳି ସମ୍ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟାକୁ ୨୫୦ରୁ ୫୦୦କୁ ବୃଦ୍ଧି କରାଯାଇଛି । ପଟିଆ ୬୦ ଓ ଡୁମୁଡୁମାରେ ୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏହା ପୂର୍ବରୁ ଘାଟିକିଆ, ଗଜପତିନଗର ଓ କିଟରେ ୩ ଟି OYO ହୋଟେଲରେ 40ଟି ଶଯ୍ୟା ବିଶିଷ୍ଟ ଦେୟ ଯୁକ୍ତ ସଂଗରୋଧ ଗୃହ କରାଯାଇଛି ।

ଆଜି ବାଣୀବିହାର କ୍ୟାମ୍ପସରେ ଶତାଧିକ ଛାତ୍ର ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଛି । ସେମାନଙ୍କର ରିପୋର୍ଟ ଆଜି ଆସିବ । ଓୟୁଏଟିର ୪ ନମ୍ବର ଛାତ୍ରାବାସରେ ୪ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଅନ୍ୟ ଅନ୍ତେବାସୀଙ୍କ ସମେତ କର୍ମଚାରୀଙ୍କ ଟେଷ୍ଟିଂ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆବଶ୍ୟକ ସ୍ଥଳେ ଶିକ୍ଷାନୁଷ୍ଠାନକୁ ସିଲ କରିବାକୁ ମଧ୍ୟ ବିଏମସି ଯୋଜନା କରୁଥିବା ଜଣାପଡିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Aditya Ashwini Covid Hospital will open from today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X