ଆଦିପୁରୁଷକୁ ମିଳିଲା U ସାର୍ଟିଫିକେଟ୍, ଜାଣନ୍ତୁ କେତେ ଘଣ୍ଟାର ଏହି ଫିଲ୍ମ
ମୁମ୍ବାଇ: ପ୍ରଭାସ ଏବଂ କ୍ରିତି ସାନନଙ୍କ ଫିଲ୍ମ 'ଆଦିପୁରୁଷ'ର ଟ୍ରେଲର ମୁକ୍ତିଲାଭ କରିସାରିଛି । ଫିଲ୍ମର ଟ୍ରେଲକୁ ପ୍ରଶଂସକଙ୍କର ବେଶ୍ ଅଧିକ ଭଲ ପାଇବା ମିଳୁଛି । ଏହା ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସକ୍ଷମ ହୋଇଛି । ୧୬ ଜୁନ୍ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଏହି ବିଗ୍ ବଜେଟ୍ ଫିଲ୍ମ ।
ଆଦିପୁରୁଷକୁ ମିଳିଲା U ସାର୍ଟିଫିକେଟ୍
ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଆଦିପୁରୁଷ'କୁ କେନ୍ଦ୍ରୀୟ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଦ୍ୱାରା 'ୟୁ' ସାର୍ଟିଫିକେଟ୍ ଦିଆଯାଇଛି । ଏହାର ଅର୍ଥ ସବୁ ବୟସର ଲୋକମାନେ ରାମାୟଣ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦେଖିପାରିବେ । ସୂଚନା ଅନୁସାରେ, ଏହି ଫିଲ୍ମର ମୋଟ ସ୍କ୍ରିନ୍ ପ୍ଲେ ସମୟ ୨ ଘଣ୍ଟା ୫୯ ମିନିଟ୍ ରହିବ । ନିର୍ମାତା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଖାସ୍ ସିନେମା ରହିବ ବୋଲି ଆଶା କରାଯାଉଛି ।

ଆଦିପୁରୁଷର ଟ୍ରେଲର ତଥା ଚଳଚ୍ଚିତ୍ରର ଗୀତ ଲୋକଙ୍କ ହୃଦୟ ଜିଣୁଛି । ଫିଲ୍ମର ସବୁଠାରୁ ପ୍ରସିଦ୍ଧ ଗୀତ "ରାମ ସିୟା ରାମ" ୟୁଟ୍ୟୁବରେ ମିଲିୟନରୁ ଅଧିକ ଭିୟୁଜ୍ ମିଳିସାରିଛି । ଅନ୍ୟପକ୍ଷରେ, କ୍ରିତି ଏବଂ ପ୍ରଭାସଙ୍କ ବ୍ୟତୀତ ଫିଲ୍ମରେ ସୈଫ ଅଲି ଖାନ, ସନ୍ନି ସିଂ ଏବଂ ଦେବଦତ ନାଗେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଆଦିପୁରୁଷ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିବା ନେଇ ସୂଚନା ରହିଛି ।
-
ଟି୨୦ ବିଶ୍ବକପ ଫାଇନାଲରେ ଭାରତ, ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ -
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର












Click it and Unblock the Notifications