ଅଦିନିଆ ରଥଯାତ୍ରା ଏକ ବିଦେଶୀ ଷଡ଼ଯନ୍ତ୍ର, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ

ଇସ୍କନ ଦ୍ବାରା ଶାସ୍ତ୍ର ବିରୋଧୀ ଅଦିନିଆ ରଥଯାତ୍ରା ଏକ ବିଦେଶୀ ଷଡ଼ଯନ୍ତ୍ର। ପୂର୍ବରୁ ବିଦେଶୀ ବ୍ୟବସାୟ କରିବାକୁ ଆସି ସମଗ୍ର ଭାରତକୁ କବ୍‌ଜା କରିଥିଲେ। ବିଭିନ୍ନ ଦେଶରେ ଇସ୍କନ ଦ୍ବାରା ଆୟୋଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ଏକ କୂଟନୀତି ବୋଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି। ଶୁକ୍ରବାର ପୁରୀ ପୌର ସଦନରେ ତୃତୀୟ ବିଶ୍ବ ଶ୍ରୀଜଗନ୍ନାଥ ସମ୍ମିଳନୀ ଉଦ୍‌ଘାଟନ କରି ସେ କହିଲେ, ଓଡ଼ିଶାର ଆର୍ଥିକ ସ୍ରୋତ ରୋକିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘାରେ ଜଗନ୍ନାଥ ଧାମ ନିର୍ମାଣ କରିଛନ୍ତି। ହିନ୍ଦୁ ଓ ମୁସଲମାନଙ୍କୁ ନେଇ ରାଜନୀତି କରୁଥିବା ମମତା ଏବେ ନିଜ କୂଟନୀତି ଭିତରେ ଫସି ଯାଇଛନ୍ତି।

Nischalananda Saraswati

ମୁସଲମାନ ଏବେ ମମତାଙ୍କୁ ବିରୋଧ କରୁଛନ୍ତି ଏବଂ ହିନ୍ଦୁମାନେ ବିଶ୍ୱାସ କରୁନଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି। ସେ କହିଲେ, ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କର ପରାମର୍ଶ ନେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କିମ୍ବା ପରିଚାଳନା କମିଟି ତାଙ୍କ ପରାମର୍ଶ ନେଉନାହାନ୍ତି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି। ଭାରତ ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଲେ, ବେତନ ନେଉଥିବା ରାଜନେତା ସେବକ ନୁହନ୍ତି। ଏବେ ରାଜନୀତିର ପରିଭାଷା ବଦଳି ଯାଇଛି। ଜାତି ଓ ସମ୍ପ୍ରଦାୟକୁ ନେଇ ରାଜନୀତି ଦେଶ ପାଇଁ କ୍ଷତିକାରକ। ଆତ୍ମତତ୍ତ୍ବ ବିଜ୍ଞାନଠାରୁ ଉପରେ। ବେଦାନ୍ତ ସମ୍ମତ ଶିକ୍ଷା ସର୍ବଶ୍ରେଷ୍ଠ ଜ୍ଞାନ। ମହାଯନ୍ତ୍ରର ପ୍ରୟୋଗ ଜୀବଜଗତ ପାଇଁ ପତନର କାରଣ। ଏହାକୁ ରୋକିବା ଶାସକଙ୍କ ଦାୟିତ୍ବ। ବିକାଶ ନାମରେ ଏବେ ବିନାଶ କରାଯାଉଛି। ଶାସକ ସେବା ପରାୟଣ, ସୁଶିକ୍ଷିତ ଓ ରାଷ୍ଟ୍ରଭକ୍ତ ହେବା ଉଚିତ୍। ଧର୍ମର ଫଳ ଜ୍ଞାନ, ସିଦ୍ଧି ଓ ମୋକ୍ଷ ବୋଲି ଗୁରୁଜୀ କହିଛନ୍ତି। ଶିକ୍ଷା, ରକ୍ଷା, ଧର୍ମ, ଅର୍ଥ ଓ ସେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଧର୍ମନିରପେକ୍ଷତାକୁ ସତ୍ତା ଉପଯୋଗୀ କରାଯିବା ଉଚିତ ନୁହେଁ। ଗୋ ବଂଶର ସୁରକ୍ଷା ସମେତ ଧର୍ମାନ୍ତରୀକରଣ ରୋକିବାକୁ ସେ ପରାମର୍ଶ ଦେଇଛନ୍ତି। କ୍ରିୟାଯୋଗ ଆଶ୍ରମ ଅଧ୍ୟକ୍ଷ ପରମହଂସ ସ୍ବାମୀ ପ୍ରଜ୍ଞାନାନନ୍ଦ ମହାରାଜ, ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ର. ହରେକୃଷ୍ଣ ଶତପଥୀ, ଝାଞ୍ଜପିଟା ମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ, କଟକୀ ମଠ ମହନ୍ତ ଡ. ବିଜୟ ନାରାୟଣ ରାମାନୁଜ ଦାସ, ସ୍ବାମୀ ନିର୍ବିକଳ୍ପନନ୍ଦ ସରସ୍ବତୀ, ପଣ୍ଡିତ ମାତୃପ୍ରସାଦ ମିଶ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ, ଦଇତାପତି ଦୁର୍ଗାପ୍ରସାଦ ଦାସ ମହାପାତ୍ର ସେଥିରେ ଭାଷଣ ଦେଇଥିଲେ। ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାଲ୍ଡୱାଇଡ ପକ୍ଷରୁ ଏହି ତିନିଦିନିଆ ସମ୍ମିଳନୀ କରାଯାଇଛି। ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ରମେଶ ଚନ୍ଦ୍ର ବିଶ୍ବାଳ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଗ୍ରାମ କେଶରୀ ପଟ୍ଟନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ବାର୍ଷିକ ସ୍ମରଣିକା ଦାରୁବ୍ରହ୍ମ ଉନ୍ମୋଚନ କରାଯାଇଥିଲା। କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଭଜନ ପରିବେଷଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+