ଶ୍ରୀଜୀଉଙ୍କୁ ଲାଗିହେଲା ଅଧରପଣା, ଆସନ୍ତାକାଲି ନୀଳାଦ୍ରି ବିଜେ

ଳୀଳାମୟ ମହାପ୍ରଭୁଙ୍କ ବିଚିତ୍ର ଲୀଳା । କୋଟି ବ୍ରହ୍ମାଣ୍ଡର ମଉଡମଣି, ଭାବ ବିନୋଦିଆ କାଳିଆ ଠାକୁର ଲୀଳା ଲଗାଇ ବଡ଼ ଦେଉଳରୁ ଆସିଥିଲେ । ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ଅଧରପଣା ନୀତି ଶେଷ ହୋଇଛି । ତିନି ଠାକୁରଙ୍କ ନିକଟରେ ଅଧର ଉଚ୍ଚାର ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଛି । ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶାଇ ଏହି ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥିଲା ।

ପରେ ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ, ସେବକ ତିନି ରଥରେ ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଅଧରପଣା ହାଣ୍ଡିକୁ ଭଙ୍ଗାଯାଇଥିଲା । ଚଣ୍ଡି, ଚାମଣ୍ଡା, ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି । ରଥର ପାର୍ଶ୍ୱ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ଭୋଗ ପାଇବା ପଇଁ ଚଣ୍ଡୀ, ଚାମୁଣ୍ଡା ଉଦ୍ଦେଶ୍ୟରେ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଥିଲା । ରଥ ଉପରେ ଅନୁଷ୍ଠିତ ହେଉଥିବା ଏହି ନୀତି ଦେଖିବା ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।

ନବଦିନାତ୍ମକ ଯାତ୍ରା ଶେଷକରି ମହାପ୍ରଭୁ ବାହୁଡି ଆସିଛନ୍ତି । ସିଂହଦ୍ୱାର ନିକଟରେ ସୁନାବେଶରେ ରଥ ଉପରୁ ସାଧାରଣ ଭକ୍ତଙ୍କୁ ଦର୍ଶନ ଦେଇ ସାରିଛନ୍ତି ମହାପ୍ରଭୁ । ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଧରପଣା ଭୋଗ କରାଯାଇଥିଲା । ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ତିନୋଟି ଲେଖାଏଁ ମାଟିହାଣ୍ଡି ତିନିରଥରେ ରଖାଯାଇଥିଲା । ମହାସୁଆର ସେବକ ସେଥିରେ କ୍ଷୀର, ସର, ଛାଚି, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର ଏବଂ ଜାଇଫଳ ପକାଇଥିଲେ ।

ପାଣିଆ ଆପଟଙ୍କ ଦ୍ୱାରା ଛାଉଣିମଠ କୂଅରୁ ଗରାରେ ପାଣି ଅଣାଯାଇ ଅଧରହାଣ୍ଡିରେ ଯୋଗାଯାଇଥିଲା । ମହାସୁଆର ଅଧରପଣା ପ୍ରସ୍ତୁତ କରିଥିଲେ । ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପୂଜା ପାଠ କରିଥିଲେ । ପୂଜାପଣ୍ଡା ସେବକଙ୍କ ଦ୍ୱାରା ପଞ୍ଚୋପଚାରରେ ମହାପ୍ରଭୁଙ୍କୁ ପଣାଭୋଗ କରାଯାଇଥିଲା । ରଥ ଚତୁଃପାର୍ଶ୍ୱ ଦେବଦେବୀଙ୍କ ସମେତ ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧରହାଣ୍ଡି ଭଙ୍ଗା ଯାଇଥିଲା ।

adharpana

ଘୋଷଯାତ୍ରାର ୧୨ ଦିନର ଏହି ଲୀଳାଖେଳ ଶେଷ ପରେ ଶ୍ରୀଜିଉମାନେ ମଙ୍ଗଳବାର ସନ୍ଧ୍ୟାରେ ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ରଥ ଉପରୁ ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ। ଏତେ ଦିନ ଧରି ମାନ କରି ରହିଥିବା ମା' ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡଠାକୁର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ରାତିରେ ଅଧରପଣା ନୀତି ଶେଷ ପରେ ଆସନ୍ତାକାଲିର ନୀତି ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+