ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି
ତିନି ଠାକୁରଙ୍କ ନିକଟରେ ୯ଟି ମାଟି ହାଣ୍ତିରେ ଅଧରପଣା ଲାଗି ହେବ
ପୁରୀ:ଆଜି ରଥ ଉପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅଧରପଣା ନୀତି । ସୋମବାର ଆଷାଢ଼ା ଶୁକ୍ଳ ଦ୍ୱାଦଶ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ସମ୍ମୁଖରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ ।ରଥରେ ଠାକୁରଙ୍କର ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଅଧରପଣା ନୀତି ଆରମ୍ଭ କରାଯିବ ।ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ସର ,କଦଳୀ ,ଛେନା,ଗୋଲମରିଚ ,ଗୁଣ୍ତ କର୍ପୁର ,ଆଦି ଦ୍ୟାରା ପ୍ରସ୍ତୁତ ପଣା ଲାଗି ହେବା ପରେ ରଥ ଉପରେ ହାଣ୍ତିକୁ ଭାଙ୍ଗି ଦିଆଯାଇଥାଏ ।ବିଶ୍ୱାସ ରହିଛି ଯେ ଚଣ୍ତିଚାମୁଣ୍ତା ,ପାର୍ଶ୍ୱ ଦେବାଦେବୀ, ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ଏହି ପଣା ପ୍ରସ୍ତୁତ କରଯାଏ ।

ତେବେ ତିନି ଠାକୁରଙ୍କ ନିକଟରେ ୯ଟି ମାଟି ହାଣ୍ତିରେ ଅଧରପଣା ଲାଗି ହେବ । ଏହି ନୀତିକୁ ଶୃଙ୍ଖଳିତ ଢଙ୍ଗରେ ଶେଷ କରିବା ପାଇଁ ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି ।












Click it and Unblock the Notifications