ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ADEO
ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜନୈକ ହିତାଧିକାରୀଙ୍କ ଏମ୍ଜିଏନ୍ଆରଇଜିଏ ଯୋଜନାର କାର୍ଯ୍ୟ କୋଡ୍ ସୃଷ୍ଟି କରିବା ନିମନ୍ତେ ୨୫ ଶହ ଟଙ୍କା ଲାଞ୍ଚ ନେଉଥିଲେ।

ତାଙ୍କଠାରୁ ରଙ୍ଗବୋଳା ସମସ୍ତ ନୋଟ୍ ଜବତ କରିବା ସହିତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳକୁ ନେଇ ବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ କରିଛି। ଏ ସଂକ୍ରାନ୍ତରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ୧୮/୨୫ରେ ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଅଭିଯୁକ୍ତ ଏଡିଇଓ ଜଣକ ହେଲେ ହେମନ୍ତ କୁମାର ବେହେରା।












Click it and Unblock the Notifications