ଏମିତି ବି ଆସେ ମୃତ୍ୟୁ; ଜଗନ୍ନାଥଙ୍କ ଭଜନ ଗାଉ ଗାଉ ଟଳିପଡିଲେ ଅତିରିକ୍ତ ଜିଲ୍ଲାପାଳ

ଏମିତି ବି ମୃତ୍ୟୁ ଆସେ । ଗୀତ ଗାଉ ଗାଉ ଚାଲିଗଲା ଜୀବନ । ଷ୍ଟେଜ ଉପରେ ଗଲା ଜୀବନ । ଏପରି ଏକ ଦୁଃଖଦ ଘଟଣା ଗଜପତିରେ ଘଟିଛି । ଗୀତ ଗାଉଥିବା ବେଳେ ଜିଲ୍ଲା ରେଭିନ୍ୟୁ ଏଡିଏମ୍ ବୀରେନ୍ଦ୍ର କୁମାର ଦାସଙ୍କ ମୃତ୍ୟୁ ହୋଇଛି ।

ଗୀତ ଗାଉଥିବା ବେଳେ ଟଳିପଡିଲେ ଗଜପତି ଅତିରିକ୍ତ ଜିଲ୍ଲାପାଳ । ଗଜପତି ଜିଲ୍ଲା ଏଡିଏମ ବୀରେନ୍ଦ୍ର ଦାଶଙ୍କ ଦେହାନ୍ତ ହୋଇଛି । ଗତକାଲି ରାତିରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଉଥିବା ବେଳେ ସେ ତଳେ ପଡିଯାଇଥିଲେ । ପରେ ତାଙ୍କୁ ସେଠାରୁ ପାରଳାଖେମୁଣ୍ଡି ମୁଖ୍ୟଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଏହା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଜଗନ୍ନାଥଙ୍କ ଭଜନ ଗାଉଥିବାବେଳେ ତାଙ୍କ ଜୀବନ ଚାଲିଯାଇଥିଲା। ଭକତ ବିଦୁର ଶାଗ ଭଜା ଦେଇ ଗୀତ ଗାଉଥିବାବେଳେ ସେ ହଠାତ ଟଳିପଡ଼ିଥିଲେ । ବୁଧବାର ରାତିରେ ପାରଳାଖେମୁଣ୍ଡି ବୃନ୍ଦାବନ ପ୍ୟାଲେସରେ ପ୍ରଶାସନିକ ଅଧିକାରୀମାନେ ଏକ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ।

District Magistrate of gajapat

ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସରିବା ଖୁସିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମଂଚ ଉପରକୁ ଯାଇ ଗୀତ ଗାଉଥିଲେ ବୀରେନ୍ଦ୍ର। ରେଭିନ୍ୟୁ ଏଡିଏମଙ୍କ ଗୀତରେ ସମସ୍ତେ ଝୁମୁଥିଲେ। ହେଲେ ଗୀତ ଗାଉଥିବା ବେଳେ ହଠାତ୍ ମଞ୍ଚରେ ପଡି ଯାଇଥିଲେ ରେଭିନ୍ୟୁ ଏଡିଏମ । ତୁରନ୍ତ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରେଭିନ୍ୟୁ ଏଡିଏମଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସହଯୋଗୀ ଷ୍ଟାଫ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+