ଅତିରିକ୍ତ CSOଙ୍କ ଘରେ ଭିଜିଲାନ୍ସ, ଏକକାଳିନ ୭ଟି ସ୍ଥାନରେ ଚଢାଉ
ଭଞ୍ଜନଗର :ଭିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିଭିଲ୍ ସପ୍ଲାଇ ଅଫିସର । ଅତିରିକ୍ତ ସିଭିଲ୍ ସପ୍ଲାଇ ଅଫିସର ସଞ୍ଜୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆଜି ସକାଳେ ଏକକାଳିନ ୭ଟି ସ୍ଥାନରେ ଚଢାଉ କରାଯାଇଥିବା ନେଇ ସୂଚନା ରହିଛି ।
ସଞ୍ଜୟଙ୍କ ଘର ଅଫିସ ସମେତ ମୋଟ୍ ୭ଟି ସ୍ଥାନରେ ଆଜି ସକାଳେ ଚଢାଉ କରାଯାଇଛି । ଭୁବନେଶ୍ୱର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଚଢାଉ କରାଯାଇଛି । ଖବର ଅନୁସାରେ, ଭୁବନେଶ୍ୱରରେ ଏକ ପ୍ଲାଟ୍ ଥିବାବେଳେ ପଟିଆ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ତାଙ୍କର ୨ଟି ପ୍ଲଟ ରହିଛି ।













Click it and Unblock the Notifications