ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା, ଗିରଫ ହେଲେ ଜଗା ପ୍ରଧାନ

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମରାଯିବା ଘଟଣା ନାଟକୀୟ ମୋଡ଼ ନେବାରେ ଲାଗିଛି। ଗୋଟିଏ ପଟେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ନ କରିବା ଯାଏ ଧର୍ମଘଟ ଜାରି ରହିବ ବୋଲି ଓଏଏସ ସଂଘ ସ୍ପଷ୍ଟ କରି ସାରିଛି। ଅନ୍ୟପଟେ ଗୁରୁବାର ବିଳମ୍ବିତ ରାତିରେ ଜଗନ୍ନାଥ ପ୍ରଧାନ ଡିସିପି ଅଫିସ ପହଞ୍ଚିଛନ୍ତି। ଡିସିପି ଅଫିସ ପହଞ୍ଚିବା ପରେ ପ୍ରତିକ୍ରିୟା ଦେଇଛନ୍ତି ଜଗନ୍ନାଥ ପ୍ରଧାନ। ମୁଁ ତଦନ୍ତରେ ସହଯୋଗ କରିବାକୁ ଆସିଛି। ମୋ ଗିରଫଦାରୀରେ ଯଦି ସମସ୍ୟାର ସମାଧାନ ହେବ ତା ହେଲେ ମୁଁ ସହଯୋଗ କରିବି। ଅନ୍ୟପଟେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥନରେ ତାଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି।

jaga prtadhan

ଜଗନ୍ନାଥ ପ୍ରଧାନ କହିଛନ୍ତି, ଜୁନ ୩୦ ତାରିଖରେ ବିଏମସି ଅତିରିକ୍ତ କମିଶନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ମୁଁ ସର୍ବସାଧାରଣରେ ନିନ୍ଦା କରି ଆସିଛି। ଏମିତି ଘଟଣା ଗ୍ରହଣୀୟ ନୁହେଁ କି ଆଗକୁ ଘଟିବା ଉଚିତ୍ ନୁହେଁ। ଏହି ଘଟଣାରେ ମୋର କୌଣସି ସଂପୃକ୍ତି ନ ଥିବା ସତ୍ତ୍ବେ ବିଭିନ୍ନ ଦିଗରୁ ମୋତେ, ମୋ ଦଳ ଏବଂ ସରକାରଙ୍କୁ ବଦନାମ କରିବା ପାଇଁ ଯୋଜନାବଦ୍ଧ ଭାବେ ଉଦ୍ୟମ କରାଗଲା। ଓଏଏସ ସଂଘ ମଧ୍ୟ ଏହି ଯୋଜନାର ଶିକାର ହୋଇ ମୋ ଗିରଫଦାରୀ କରି ଆନ୍ଦୋଳନ କରି ଆସିଛି।

ସେ କହିଛନ୍ତି ଏହି ଆନ୍ଦୋଳନ ଫଳରେ ବନ୍ୟାରେ ପ୍ରଭାବିତ ଲୋକେ ଓ ବନ୍ୟା କ୍ଷୟକ୍ଷତିର ଆକଳନ ପ୍ରଭାବିତ ହୋଇପାରେ। ବାହୁଡ଼ା ଯାତ୍ରା, ମହାପ୍ରଭୁଙ୍କ ସୁନା ବେଶ ମଧ୍ୟ ପ୍ରଭାବିତ ହୋଇପାରେ। ମୋ ଗିରଫଦାରୀ ଯଦି ଏହି ସମସ୍ୟାର ସମାଧାନ ତେବେ ମୁଁ ଉକ୍ତ ଘଟଣାରେ ତଦନ୍ତ ପ୍ରକ୍ରିୟାରେ ସବୁ ସହଯୋଗ କରିବାକୁ ଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+