BMC ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର ମହାନଗର ନିଗମ ଅଫିସରେ ମାର୍‌ପିଟ୍‌ । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କର୍ପୋରେଟରଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି ଅଫିସ କର୍ମଚାରୀମାନେ ଧାରଣାରେ ବସିଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

bmc

ଖବର ଅନୁଯାୟୀ, ସୋମବାର ଦିନ ବିଏମ୍‌ସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିଲା । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନିକଟକୁ କର୍ପୋରେଟରଙ୍କ ଲୋକେ ଅଭିଯୋଗ ଶୁଣାଣି କରୁଥିଲେ । ଏହି ସମୟରେ ହଠାତ୍‌ କର୍ପୋରେଟରଙ୍କ କିଛି ସହଯୋଗୀ ଅତିରିକ୍ତ କମିଶନରଙ୍କ ଚାମ୍ବର ମଧ୍ୟକୁ ପଶି ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଏପିରିକି ତାଙ୍କୁ ଜୋରଜବରଦସ୍ତ ଉଠାଇ ନେବାକୁ ଉଦ୍ୟମ ମଧ୍ୟ କରୁଥିବା ଅଭିଯୋଗ ହୋଇଛି ।

ସେପଟେ ଏହି ଘଟଣାକୁ ନେଇ ଖାରବେଳନଗର ଥାନାକୁ ସୂଚନା ଦିଆଯାଇଥିଲା । ଯାହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି । ଏହାସହିତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+