୧୦ହଜାର କୋଟିରୁ ଊର୍ଦ୍ଧ୍ୱ ଅତିରିକ୍ତ ବଜେଟକୁ ମୋହର; ୨୮ରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ନଭେମ୍ବର ୨୭ରୁ ଆରମ୍ଭ ହେବାକୁ ଥିବା ଅତିରିକ୍ତ ବଜେଟ ଅଧିବେଶନର ଅବ୍ୟବହିତ ପୂର୍ବରୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବାଭବନର ତୃତୀୟ ମହଲାରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ୧୦ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୭ରୁ ଆରମ୍ଭ ହେବ। ପ୍ରଥମଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବେ। ୨୮ରେ ମୁଖ୍ୟମନ୍ତ୍ରୀ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ତେବେ ୨୦୨୪-୨୫ ବର୍ଷ ପାଇଁ ରାଜ୍ୟ ସରକାର ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଣିଥିଲେ। ସେଥିରେ ସରକାରୀ କାର୍ଯ୍ୟକ୍ରମ ବାବଦରେ ୧୦,୧୫୫ କୋଟି ଟଙ୍କା ରହିଥିବାବେଳେ ପ୍ରଶାସନିକ ବ୍ୟୟ ବାବଦରେ ୧୬୮୫ କୋଟି ଏବଂ ଅବଶିଷ୍ଟ ଟଙ୍କା ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ ଅଟକଳ ରହିଥିଲା।

Additional budget of over 10 000 crores is my wish
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+