ମୋ ବସ୍ରେ ଲାଗିବ ADAS ସିଷ୍ଟମ, ସତର୍କ କରିବାକୁ ବାଜିବ ସାଇରନ୍: କୃଷ୍ଣ ଚନ୍ଦ୍ର ମହାପାତ୍ର
ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି ମୋ ବସ୍ । ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବା ପରେ ସରକାର ବସ୍ର ସ୍ପିଡ୍ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଲେ । ନିଷ୍ପତ୍ତି ଅନୁସାରେ ବସ୍ର ସ୍ପିଡ୍ ୪୦ କିଲୋମିଟର ଧାର୍ଯ୍ୟ ହେଲା । କିନ୍ତୁ ଏହାପରେ ଦୁର୍ଘଟଣା କମିବ କଣ ବରଂ ବଢିଗଲା ।
ପ୍ରଥମେ ନନ୍ଦନକାନନ ପାଖରେ ଜଣେ ନାବାଳିକାଙ୍କ ଉପରେ ମୋ ବସ୍ ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଉତ୍ତେଜନା ବୃଦ୍ଧି ପାଇବା ପରେ ଡ୍ରାଇଭର ଗିରଫ ହୋଇଥିଲେ । ପରେ ପରେ କଟକରେ ପରିବା ବେପାରୀଙ୍କୁ ଧକ୍କା ଦେଇଥିବା ବସ୍। ଅବଶ୍ୟ ପରବର୍ତ୍ତୀ ସମୟରେ କ୍ରୁଟ୍ ପକ୍ଷରୁ ଏନେଇ ସିସିଟିଭି ଫୁଟେଜ୍ ଦିଆଯାଇ କୁହାଯାଇଥିଲା ଏଥିରେ ବସ୍ର କିଛି ଭୁଲ ନାହିଁ । ହେଲେ ଗତକାଲି ରାତିରେ ପାତ୍ରପଡ଼ାରେ ମୋ ବସ୍ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଯିବା ପରେ ଏବେ ମୋ ବସ୍କୁ ନେଇ ପ୍ରଶ୍ନ ଉଙ୍କି ମାରିଛି ।

ଆଉ ଏସବୁ ଭିତରେ ମୋ ବସକୁ ନେଇ ସରକାର ନେଇଛନ୍ତି ବଡ଼ ପଦକ୍ଷେପ ।ମୋ ବସ୍ରେ ଲାଗିବ ADAS ସିଷ୍ଟମ । ସତର୍କ କରିବାକୁ ବାଜିବ ସାଇରନ୍ । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଗତ କିଛି ଦିନ ହେବ ମୋ ବସ୍ ଦୁର୍ଘଟଣା ଘଟାଇ ଚାସିଥିବା ବେଳେ ଏହା ଉପରେ ରୋକ ଲଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଡ୍ରାଇଭର ଆଖି ଲାଗିଲେ କି ଅନ୍ୟ କିଛି ତ୍ରୁଟି ହେଲେ ସାଇରନ ବାଜିବ । ଏହା ସହ ସବୁ ମୋ ବସ୍ରେ କ୍ୟାମେରା ଲାଗିବ ।












Click it and Unblock the Notifications