ଗୁଣ୍ଡିଚା ମନ୍ଦିରରୁ ଆଜିଠାରୁ ମିଳିଲା ଆଡ଼ପ ଅବଢ଼ା

ଆଜିଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିଛି ଆଡ଼ପ ଅବଢ଼ା। ହେଲେ ଏହା ସୀମିତ ପରିମାଣର ବାହାରିବ। ଯେହେତୁ ଭକ୍ତ ଆସିବା ଉପରେ କଟକଣା ରହିଛି, ତେଣୁ ଆଡ଼ପ ଅବଢ଼ା କମ୍ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ।

ପୁରୀ: ଆଜିଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିଛି ଆଡ଼ପ ଅବଢ଼ା। ହେଲେ ଏହା ସୀମିତ ପରିମାଣର ବାହାରିବ। ଯେହେତୁ ଭକ୍ତ ଆସିବା ଉପରେ କଟକଣା ରହିଛି, ତେଣୁ ଆଡ଼ପ ଅବଢ଼ା କମ୍ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ।

Adapa Abhada

ଆଜିଠୁ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ହୋଇଛି। ଆଜି ଠାରୁ ସାତ ଦିନ ଯାଏ ପର୍ଯ୍ୟନ୍ତ ସମସ୍ତ ନୀତି ଗୁଣ୍ଡିଚା ମନ୍ଦିରରେ ହେବ। ତେବେ କୋରୋନା କଟକଣା ଯୋଗୁ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ।

ଜନ୍ମବେଦୀରେ ଶ୍ରୀଜୀଉ ବିଜେ କରିବା ପରେ ଚଳଚଞ୍ଚଳ ଗୁଣ୍ଡିଚା ମନ୍ଦିର। ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ଠାରୁ ଆଡ଼ପ ମଣ୍ଡପ ବିଜେ ପର୍ଯ୍ୟନ୍ତ ସଅଳ ହୋଇଥିଲା ନୀତିକାନ୍ତି। ମାତ୍ର ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ବିଜେ ପରେ ବିଳମ୍ବ ହୋଇଥିଲା ନୀତିକାନ୍ତି। ନୀତିକାନ୍ତିରେ ଅବହେଳା ଯୋଗୁ ହୋଇପାରି ନ ଥିଲା ପହୁଡ଼ ନୀତି। ଯାହା ଫଳରେ ରାତି ଅନିଦ୍ରା ରହିଥିଲେ ଶ୍ରୀଜୀଉ। ଶ୍ରୀମନ୍ଦିର ଅବଢ଼ା ଠାରୁ ଏହି ଆଡ଼ପ ଅବଢାର ସ୍ୱାଦ ଭିନ୍ନ। ସେଥିପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହାର ଚାହିଦା କିଛି ଅଲଗା ରହିଥାଏ। ଶ୍ରୀଜିଉଙ୍କୁ ଅର୍ପଣ ପରେ ଭକ୍ତମାନେ ଅବଢ଼ା ପାଇବାର ସୁଯୋଗ ପାଇଛନ୍ତି। ଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିର ଓ ବସ୍‌ଷ୍ଟାଣ୍ଡରେ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+