ଓଡିଶାରେ ଇଣ୍ଡଷ୍ଟ୍ରିଆଲ ପାର୍କ କରିବ ଆଦାନୀ
Odisha News: ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ଉତ୍କର୍ଷ ଓଡିଶାରେ - ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ରେ ଅନୁଷ୍ଠିତ ହୋଇଛି । ଉତ୍କର୍ଷ ଓଡିଶାରେରେ ରାଜ୍ୟ ସରକାରଙ୍କ ସହ ଅଦାନି ଗ୍ରୁପ ଏୟଓୟୁ କରିଛି । ଧାମରାରେ ଆଦାନି ଗ୍ରୁପ କରିବ ଇଣ୍ତଷ୍ଟ୍ରିଆଲ ପାର୍କ ଏବଂ ପୋର୍ଟ ସମ୍ପ୍ରସାରଣ କରିବ । ଓଡ଼ିଶାରେ ନିବେଶ କରିବ ୨.୨୮ ଲକ୍ଷ କୋଟି । ସେହିପରି ରାଜ୍ୟ କପର୍ ବଏଲ୍ ପ୍ଲାଣ୍ଟ କରିବ ବିର୍ଲା ଗ୍ରୁପ୍ ।

ସେହିପରି ଦକ୍ଷିଣ ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ । ଜେଏସଡବ୍ଲୁ କେନ୍ଦୁଝରରେ ୫ ମିଲିୟନ ଟନ ଶିଳ୍ପର ପ୍ରତିଷ୍ଠା କରିବ । ସେହିପରି ଜେଏସପିଏଲ ୭୦ ଲକ୍ଷ ଟଙ୍କା ନିବେଶ କରିବ । ବର୍ତ୍ତମାନ ସୁଦ୍ଧା ୫୪ଟି ଏମଓୟୁ ସ୍ୱାକ୍ଷର ହୋଇଥିବା ନେଇ ସୂଚନା ଦେଇଛନ୍ତି ଶିଳ୍ପ ସଚିବ ।












Click it and Unblock the Notifications