ଅଭିନେତା ଶ୍ରୀତମ ଦାସ ହେଲେ ବିଜେପିର କଟକ ମେୟର ପ୍ରାର୍ଥୀ

ସିଏମସି ପାଇଁ ଅଭିନେତା ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି ବିଜେପି । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

କଟକ: ସରଗରମ ହେଉଛି ରାଜନୀତି ପୌର ନିର୍ବାଚନ । ତିନି ମହାନଗର ନିଗମର ମେୟର ପଦ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେଡି ପରେ ଆଜି କଟକ ମହାନଗର ନିଗମ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ସିଏମସି ପାଇଁ ଅଭିନେତା ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି ବିଜେପି । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

Sritam Das

ଗତକାଲି କଟକ ମହାନଗର ନିଗମ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କୁ ବିଜେଡି ମଇଦାନକୁ ଓହ୍ଲାଇଥିବାବେଳେ ପୂର୍ବରୁ କଂଗ୍ରେସ ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କ ନାମ ଘୋଷଣା କରି ସାରିଛି । ଆଉ ଆଜି ଅଭିନେତର ଶ୍ରୀତମ ଦାସଙ୍କ ନାମ ଘୋଷଣା କରାଯାଇଛି । ଏଭଳି ସ୍ଥିତିରେ ଗିରିବାଳା, ସୁବାସ, ଶ୍ରୀତମଙ୍କ ମଧ୍ୟରେ ମେୟର ପଦବୀ ପାଇଁ ଜୋରଦାର ଲଢେଇ ହେବ ।

ଓଲିଉଡର ଲୋକପ୍ରିୟ ଅଭିନେତା ଶ୍ରିତମ୍ ଦରସ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ଏତେ ବର୍ଷ ହେଲା ଦଳ ସହ ଜଣେ ଶୃଙ୍ଖଳିତ କର୍ମୀ ପରି ରହିଆସିଛନ୍ତି । ଏହାସହ ସେ ଓଡ଼ିଆ ସିନେ ଆର୍ଟିଷ୍ଟ ଆସୋସିଏସନର ସଂପାଦକ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+